OnaKhabar

ଆଜି ହେଉଛି ପବିତ୍ର ଇଦ- ଉଲ ଜୁହା, ଚଳଚଞ୍ଚଳ ହୋଇପଡିଛି ପୂରା ଦେଶ

898

ଭଦ୍ରକ: ଆଜି ପବିତ୍ର ଇଦ୍-ଉଲ୍-ଜୁହା । ମୁସଲିମ୍ ସଂପ୍ରଦାୟର ଏହି ପର୍ବକୁ ପାଳନ କରିବା ପାଇଁ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି । ଏନେଇ ଭଦ୍ରକ ସହର ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇ ଉଠିଛି । ସହରର ପେଣ୍ଠସ୍ଥଳରେ ଥିବା ଇଦଗା, ମସଜିଦ ଭଳି ପ୍ରମୁଖ ପ୍ରାର୍ଥନା ପୀଠକୁ ସଜାଯାଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ସହରାଞ୍ଚଳ, ଧାମନଗର ଏବଂ ଗ୍ରାମାଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ସେହିପରି ଇଦ୍‌କୁ ନେଇ ରାଉରକେଲାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ଇଦଗା ମୈଦାନ , ଜାମା ମସଜିଦ, ନୂର ମସଜିଦ, ସେକ୍ଟର ୧୫, କୋଏଲ ନଗର ଓ ମାଲଗୋଦାମ ଆଦି ଅଞ୍ଚଳରେ ନମାଜ ପାଠ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ଲାଣ୍ଟ ସାଇଟ୍ ଅଞ୍ଚଳରେ ଥିବା ଇଦଗା ମୈଦାନରେ ସାମୁହିକ ଭାବେ ନମାଜ ପାଠ ହେବାକୁ ଥିବାରୁ ଏଥିଲାଗି ବିଶେଷ ବ୍ୟବସ୍ଥା କରାଯାଇଛି |

ମୃତଦେହ ଧରି ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା, ତିନି ଗୁରୁତର