OnaKhabar

ରାହୁଲଙ୍କ ବଦଳରେ ସୋନିଆ : ଶେଷରେ ଗାନ୍ଧି ପରିବାର ହାତରେ ରହିଲା କଂଗ୍ରେସ

1,667

ଭୁବନେଶ୍ୱର: କଂଗ୍ରେସ ଡ଼ୋରି ପୁଣି ରହିଲା ଗାନ୍ଧି ପରିବାର ହାତରେ । ବହୁ ଛକା ପଞ୍ଝା ଓ ଠେଲାପେଲା ପରେ ଏଆଇସିସି ଅଧ୍ୟକ୍ଷ ପଦବୀ ଗାନ୍ଧି ପରିବାର ପାଖରେ ରହିଲା । ପରିବର୍ତନ ଏତିକା ହେଲା ଯେ ରାହୁଲଙ୍କୁ ବାଦ ଦେଇ ସୋନିଆ ପୁଣ ଅଧ୍ୟକ୍ଷ ପଦ ସମାଳିବେ । ସେଥିରେ ଏତିକି ରଖାଗଲା ସେ ଅନ୍ତରୀଣ ସଭାପଦୀ ଭାବେ କାର୍ଯ୍ୟ କରିବେ । ସାଧାରଣ ନିର୍ବାଚନରେ କଂଗ୍ରେସରେ ଶୋଚନୀୟ ପରାଜୟ ରାହୁଲ ଗାନ୍ଧି ନିଜେ ତାଙ୍କର ପାରମ୍ପାରିକ ଆଶନ ଆମେଥି ଲୋକସଭା ଆସନରୁ ହାରିବା ପରେ ଅଭିମାନ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କୁ ଅଧ୍ୟକ୍ଷ ପଦ ବଜାଇ ରଖିବାପାଇଁ ଦଳ ପକ୍ଷରୁ ପ୍ରବଳ ଚାପ ପକାଯାଇଥିଲା । ଦୀର୍ଘଦୀନ ଧରି ଏହାକୁ ନେଇ ବହୁ ବିର୍ତକ ମଧ୍ୟ ଦଳ ଭିତରେ ହୋଇଥିଲା । ରାହୁଲ ସଭାପତି ରୁହନ୍ତୁ ବୋଲି ଦଳର ସବୁ ନେତା ଓ କର୍ମୀ ମତ ଦେଇଥିଲେ । କିନ୍ତୁ ରାହୁଲ ନିଜ ଜିଦରେ ଅଟଳ ରହିଥିଲେ ।ଏପରିକି ପ୍ରିୟଙ୍କା ଗାନ୍ଧୀଙ୍କ ନା ମଧ୍ୟ ଅନେକ ପ୍ରସ୍ତାବ ଦେଇଥିଲେ । ହେଲେ ସେ ମଧ୍ୟ ମନା କରିଦେଇଥିଲେ । ଗାନ୍ଧୀ ପରିବାର ବାହାରୁ କିଏ ସଭାପତି ହେବ ତାକୁ ନେଇ ବହୁ ଆଲୋଚନା ଚାଲିଥିଲା । ଦୀର୍ଘଦିନ ଧରି ଦଳ ଭିତରେ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ଶେଷରେ ସଭାପତି ଚୟନ ପାଇଁ ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଡ଼କାଯାଇଥିଲା । ଏଥିରେ ପୂର୍ବାନୁ ବୈଠକରେ କୌଣସି ନିଷ୍ପତି ନହୋଇପାରିବାରୁ ପୁଣି ରାତିରେ ବୈଠକ ବସିଲା । ରାହୁଲ ଗାନ୍ଧୀ ସ୍ପଷ୍ଟଭାବେ ମନା କରିବା ପରେ ସୋନିଆ ଗାନ୍ଧିଙ୍କୁ ବର୍ତମାନ ପାଇଁ ସଭାପତି ଭାବେ ଦାୟିତ୍ୱ ତୁଲାଇବାକୁ ସର୍ବସମତ ପ୍ରକାଶ ପାଇଥିଲା । ସୋନିଆ ଗାନ୍ଧି ଏବେ ସଭାପତି ରହିବାକୁ ରାଜିହେବା ପରେ ଗାନ୍ଧି ପରିବାର ହାତରେ କଂଗ୍ରେସ ରହିଲା ।

Comments are closed.