OnaKhabar

କର୍ତ୍ତବ୍ୟ ଆଗ: ଭଉଣୀକୁ ଗୁଳି କଲା ଭାଇ

182

ସୁକୁମା(ଭରତ): ରାକ୍ଷୀ ବାନ୍ଧିଲେ ତୁ ମୋ ରଖିବୁ ମାନ, ପୁଲିସ ଭାଇ ରାକ୍ଷୀ ପିନ୍ଧା ହାତରେ ନେଲା ନକ୍ସଲି ଭଉଣୀ ପ୍ରାଣ । ପୁରାଣ ଯୁଗରୁ ଆଜିର ଚାକଚକ୍ୟ ଆଧୁନିକ ଯୁଗରେ ଭାଇଭଉଣୀ ଙ୍କ ସ୍ନେହ , ପ୍ରେମ, ରାଗରୁସାର ପବିତ୍ର ଦିବସ ରକ୍ଷାବନ୍ଧନର ସ୍ଥାନ ଊର୍ଦ୍ଧରେ ରହି ଆସିଛି । ଭାଇ ଭଉଣୀ ଏକ ମୁଦ୍ରାର ଦୁଇ ପାଶ୍ୱ ଭଳି, ଜଣଙ୍କୁ କଷ୍ଟ ହେଲେ ଅନ୍ୟଜନଙ୍କୁ କଷ୍ଟ ହୋଇଥାଏ ।
ସେ କୌଣସି ପ୍ରକାରର ପରିସ୍ଥିତି ହେଉ କୌଣସି ଭାଇ ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ରୁ ବଞ୍ଚିତ ନ ହେବାକୁ ଚେଷ୍ଟା କରିଥାଏ ।
ସେ ସୀମାରେ ଦେଶ ସୁରକ୍ଷା କରୁଥିବା ଭାଇ ହେଉ କି ସିଆଚିନ ରେ ନିୟୋଜିତ ଥିବା ଭାରତୀୟ ସେନା ହୁଅନ୍ତୁ କେହି ବି ଏଭଳି ପବିତ୍ର ଦିବସରେ ଭଉଣୀ ହାତରୁ ରକ୍ଷୀ ବାନ୍ଧିବା ରୁ ବଞ୍ଚିତ ହୁଅନ୍ତି ନାହିଁ ।
ଭାଇ ଭଉଣୀଙ୍କ ଏହି ପବିତ୍ର ଉତ୍ସବ ରେ ଭାଇ ତାର ଭଉଣୀ କୁ ଅନେକ ବଡ଼ ବଡ଼ ଉପହାର , ଅନେକ ଆଶା, ସୁଖ ଦୁଃଖରେ ପାହାଡ଼ ହେଇ ଛିଡ଼ା ହେବାପାଇଁ ଅନେକ ପ୍ରତୀସ୍ତୁତି ଦେଇଥାଏ ।
କିନ୍ତୁ ବୋଧେ ପ୍ରଥମ ଥର କୌଣସି ଭାଇ ତାର ଭଉଣୀକୁ ରକ୍ଷାବନ୍ଧନରେ ରାକ୍ଷୀ ବାନ୍ଧୁଥିବା ଭଉଣୀକୁ ଉପହାର ସ୍ୱରୂପ ଗୁଳି ଦେଇଥିବ, ପୁଣି ନିଜ ଦେଶ ପାଇଁ, ଦେଶପ୍ରତି ଥିବା ନିଜ କର୍ତ୍ତବ୍ୟ ପାଉ ନିଜ ଭଉଣୀକୁ ରାକ୍ଷୀ ପିନ୍ଧା ହାତରେ ହତ୍ୟା କରିଥିବ ।
କିନ୍ତୁ ଏଭଳି ଏକ ଘଟଣା ଘଟିଛି ସେମାନଙ୍କ ସହିତ ଯେଉଁମାନେ ସରକାରର ବ୍ୟବସ୍ଥା, ଗରିବ ଲୋକଙ୍କ ଉପରେ ହେଉଥିବା ଅନ୍ୟାନ୍ୟ ବିରୋଧରେ ବନ୍ଧୁକ ଉଠେଇ ନକ୍ସଲି ହୋଇ ରକ୍ତର ଖେଳ ଖେଳି ଆସିଥାନ୍ତି ଏବଂ ଅନେକ ଭଉଣୀଙ୍କ ପାଖରୁ ସେମାନଙ୍କ ଭାଇକୁ ଆଇଇଡି, ଲ୍ୟାଣ୍ଡମାଈନ ଓ ଆମ୍ବୁସ ଲଗେଇ ଅଲଗା କରିଦେଇଛନ୍ତି ।
ସରେଣ୍ଡର 10 ଲକ୍ଷ ହାଡ଼କୋର ନକ୍ସଲି ପୁଲିସ ଭାଇ ଏବଂ 5 ଲକ୍ଷ ଇନାମି ନକ୍ସଲ ଭଉଣୀର କଥା କାଲିର ପ୍ରବିତ୍ର ରକ୍ଷାବନ୍ଧନରେ ସବୁଠାରୁ ବଡ଼ ହୃଦୟବିଦାରକ ବିଷୟ ହେବ ବୋଲି ? କିଛି ଆନ୍ଦ୍ର ନକ୍ସଲି ନେତାଙ୍କ ହତ୍ୟା ଭୟ ଏବଂ ମିଛ କ୍ରାନ୍ତି ର ସ୍ୱପ୍ନରେ ଛତିଶଗଡ଼ ସୁକମା ଜିଲ୍ଲା ପୁଲମପାଲି ଗ୍ରାମର ଦୁଇ ଭାଇ ଭଉଣୀ 1990 ମସିହାରେ ରକ୍ଷାବନ୍ଧନର ଠିକ ଦୁଇ ଦିନ ପୂର୍ବରୁ ମିଶନ୍ତି ନକ୍ସଲରେ । ଦୀର୍ଘ 18 ବର୍ଷ ନକ୍ସଲ ଆନ୍ଦୋଳନ ରେ ଦୁହେଁ ମିଶି ଘଟାନ୍ତି ନେକ ଘଟଣା ଏବଂ ନକ୍ସଲ ଆନ୍ଦୋଳନ ର ଇତିହାସରେ ନିଜ ର ଦବଦବା ବି ରଖିବାରେ ସଫଳ ହୁଅନ୍ତି ଭାଇ ହାଡ଼କୋର ନକ୍ସଲି ଭିତ୍ତି ରାମା ଏବଂ ଭିତ୍ତି କାନି ।
ସରକାର ଙ୍କ ପକ୍ଷରୁ 40 ବର୍ଷୀୟ ଭାଇ ଭିତ୍ତି ରାମା ଙ୍କ ଉପରେ 10 ଲକ୍ଷ ଏବଂ 50 ବର୍ଷୀୟ ବଡ଼ ଭଉଣୀ ଭିତ୍ତି କାନି ଙ୍କ ଉପରେ 5 ଲକ୍ଷର ପୁରସ୍କାରର ରାଶି ରଖା ଯାଏ । ନକ୍ସଲ ଆନ୍ଦୋଳନ ର ବିଫଳତା କାରଣରୁ ହାଡ଼କୋର ନକ୍ସଲି ନେତା 2018 ମସିହାରେ ସୁକମା ଜିଲ୍ଲା ଏସପି ଙ୍କ ପାଖରେ ଆତ୍ମସମର୍ପଣ କରନ୍ତି ।ପରେ ନିଜ ରାକ୍ଷୀ ପିନ୍ଧା ଭଉଣୀ କୁ ମାଓବାଦୀ ଙ୍କ ମିଛ ଆନ୍ଦୋଳନ ଛାଡି ମୂଖ୍ୟସ୍ରୋତ ରେ ସାମିଲ ହେବାକୁ 5 ଥର ଚିଠି ଲେଖନ୍ତି । ନକ୍ସଲି ଭଉଣୀ ବି ଏହାର ଜବାବ ରେ ନକ୍ସଲ ଆନ୍ଦୋଳନ ଛାଡି ମୂଖ୍ୟସ୍ରୋତ ରେ ସାମିଲ ହେବା ଘଟଣା କୁ ନିନ୍ଦା କରନ୍ତି ଏବଂ ଚିଠି ଲେଖି ଏଭଳି ବୃଥା ପ୍ରୟାସ ନ କରିବାକୁ ତାଗିଦ କରନ୍ତି । ନକ୍ସଲି ଭାଇ କୁ ଜିଲ୍ଲା ପୁଲିସ ବଳ ରେ ଚାକିରୀ ମିଳେ ।
2019 ଜୁଲାଇ 18 ତାରିଖରେ ପୁଲିସ ମୁଖବିର ଙ୍କ ସୂଚନା ଆଧାରରେ ସୁକମା ଜିଲ୍ଲା କୋଣ୍ଟା ଘଞ୍ଚ ଜଙ୍ଗଲରେ କୋଣ୍ଟା ଏରିଆ କମିଟି ମୁଖ୍ୟ ଭିତ୍ତି କାନି ସହିତ 30 ଜଣ ନକ୍ସଲ ଥିବା ସ୍ଥାନକୁ କୋଣ୍ଟା ଥାନା ଅଧିକାରୀଙ୍କ ନେତୃତ୍ୱରେ 150 ଜଣିଆ ଏକ ଟିମ ଗ୍ରସ୍ତ କରେ । ଅପରେସନ ଅଭିମୁଖେ ଗ୍ରସ୍ତ କରିଥିବା ଟିମ ରେ ସରେଣ୍ଡର ହଡ଼କୋର ନକ୍ସଲି ପୁଲିସ ଭାଇ ବି ସାମିଲ ଥାନ୍ତି । ଘଞ୍ଚ ମଧ୍ୟରେ ପୁଲିସ ଟିମ କୁ ଦେଖି ଜଙ୍ଗଲ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଫାୟରିଂଗ ହୁଏ । ଏହି ଫାୟରିଂଗ ମଧ୍ୟରେ ସାମ୍ନା ସାମ୍ନି ହୁଅନ୍ତି ଦୁଇ ଭାଇ ଭଉଣୀ , ସରେଣ୍ଡର ନକ୍ସଲି ପୁଲିସ ଭାଇ ଭିତ୍ତି ରାମା ଏବଂ ବଡ଼ ନକ୍ସଲ ଭଉଣୀ ଏରିଆ କମିଟି ମୁଖ୍ୟ ଭିତ୍ତି କାନି । କିଛି ସମୟ ପାଇଁ ଦୁହେଁ ରକ୍ତ ସମ୍ପର୍କ ପାଇଁ ଅଟକି ଯାନ୍ତି , ଅଟକାଇ ଦିଅନ୍ତି ନିଜ ବନ୍ଧୁକକୁ , କିନ୍ତୁ ନିଜେ ନିଜେ ମଣିନେଇଥିବା ଆଦର୍ଶ ଆଉ ବେସି ସମୟ ଅଟକାଇ ପାରେନି ଭଉଣୀ ଭାଇ ଭଉଣୀଙ୍କ ବନ୍ଧୁକ ର ଗୁଳି କୁ । ନକ୍ସଲ ଆନ୍ଦୋଳନ କୁ ଜୀବିତ ରଖିବା ପାଇଁ ସାନ ଭାଇ ହାତରେ ରାକ୍ଷୀ ପିନ୍ଧା ଭଉଣୀ ର ହାତ ପ୍ରଥମେ କରେ ଫାୟରିଂଗ । ପରେ ସରେଣ୍ଡର ନକ୍ସଲି ପୁଲିସ ଭାଇ ନିଜ ଦେଶ ପ୍ରତି ଥିବା କର୍ତ୍ତବ୍ୟ ପାଇଁ ଚଲାନ୍ତି ଗୁଳି , 15 ମିନିଟ ଧରି ଚାଲିଥିବା ଗୁଳିବିନିମୟ ପରେ ନକ୍ସଲି ବଡ଼ ଭଉଣୀ ପ୍ରାଣତ୍ୟାଗ କରନ୍ତି ରଖିପିନ୍ଧା ଭାଇ ର ହାତରେ ବୋଲି ଗଣମାଧ୍ୟମରେ ସୂଚନା ଦିଅନ୍ତି ସରେଣ୍ଡର ନକ୍ସଲି ପୁଲିସ ଭାଇ ଭିତ୍ତି ରାମରାମ । ଆଉ କୌଣସି ଭାଇ ଭଉଣୀ ଙ୍କ ସହିତ ଏଭଳି ନ ଘଟୁ ବୋଲି କାନ୍ଦ କାନ୍ଦ ମୁହଁରେ କୁହନ୍ତୁ ଭିତ୍ତି ରାମା ।
ଏ ବିଶ୍ୱରେ ଭଗବାନ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇଛି , ମହାଭାରତ ରେ ଭାଇ ଭାଇ ଭିତରେ ଯୁଦ୍ଧ ହୋଇଛି। ,ବିଶ୍ୱରେ ଦୁଇଥର ଯୁଦ୍ଧ ହୋଇଛି କିନ୍ତୁ ଏହି ଯୁଦ୍ଧ ଭିତରେ କୋଉଠି ବି ଭାଇ ଭଉଣୀ ଯୁଦ୍ଧ କରିବା ପାଇଁ ସାମ୍ନାସାମ୍ନି ହୋଇ ନାହାନ୍ତି କିନ୍ତୁ ଆଜି ନକ୍ସଲ ଡରେଇ ଧମକେଇ ଏଭଳି ଅନେକ ନିରୀହ ଆଦିବାସୀ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ ଭିତରେ ଫାଟ ସୃଷ୍ଟି କରିଛନ୍ତି , ଆମେ ଏହାକୁ ନିନ୍ଦା କରୁଛୁ । ଏଭଳି ଘଟଣା ପୁନଃ ନ ଘଟୁ ଆମେ ଭଗବାନଙ୍କ ପାଖରେ ପ୍ରାଥନା କରୁଛୁ ଏବଂ ନକ୍ସଲରେ ସାମିଲ ଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି କି ସମସ୍ତେ ନକ୍ସଲ ଆନ୍ଦୋଳନ ଛାଡି ଭଉଣୀ ହାତରୁ ରାକ୍ଷୀ ବାନ୍ଧନ୍ତୁ ଏବଂ ଉପହାର ସ୍ୱରୁପ ନକ୍ସଲ ଆନ୍ଦୋଳନ ଛାଡୁ ଉପହାର ଦିଅନ୍ତୁ ବୋଲି ନକ୍ସଲ ବିରୋଧୀ ଆଣ୍ଟି ନକ୍ସଲ ପିପୁଲସ ପିସ ଫୋର୍ସ ମୁଖ୍ୟ କହିଛନ୍ତି |