OnaKhabar

ବିଭତ୍ସ ହତ୍ୟା: କାଟି ଦେଲେ ଗୁପ୍ତାଙ୍ଗ, ଜଣେ ଯୁବତୀ ଓ ୪ ଯୁବକ ଅଟକ

294

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଚଂଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତମାନେ ଜଣେ ଯୁବକଙ୍କ ଗୁପ୍ତାଙ୍କ କାଟିଦେବା ସହ ମୁଣ୍ଡ ଓ ଛାତିକୁ ହାଣୀ ହତ୍ୟା କରିଛନ୍ତି । ହତ୍ୟାର ଶୀକାର ହୋଇଥିବା ଯୁବକ ହେଉଛନ୍ତି ଜାମୁଡ଼ିହା ପଚାଂୟତ କେଶୁରା ଗାଁର ବିଜୟ ସିଂହ । ନୀଳଗିରି ପୁଲିସ ଏ ନେଇ ଜଣେ ଯୁବତୀ ଓ ୪ଜଣ ଯୁବକଙ୍କୁ ଅଟକ ରଖି ପୁରାଉଚରା କରିଛି ।
ଘଟଣାରୁ ପ୍ରକାଶ ଯେ, ବିଜୟ ନୀଳଗିରିସ୍ଥିତ ମନପୁରମ ଗୋଲ୍ଡ ଲୋନ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ଦିନ ନିଜର ଡ୍ୟୁଟି ସାରି ସଂନ୍ଧ୍ୟା ପ୍ରାୟ ୭ଟାରେ ସେ ଘରେ ପହଁଚିଂ ଥିଲେ । ସେଦିନ ବିଜୟଙ୍କ ସଳାର ( ସଂଜୟ କୁମାର ନାୟକ) ଝିଅ ଜନ୍ମ ଦିନ ଥିଲା ବିଜୟଙ୍କ ପତ୍ନୀ କୌଶଲ୍ୟା ଝିଅକୁ ନେଇ ସେଠାକୁ ଯାଇଥିଲେ । ରାତିରେ ବିଜୟ ଏକୁଟିଆ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ହତ୍ୟାକାରୀମାନେ ସେଠାରେ ପହଁଚିଂ ପ୍ରଥମେ ବିଜୟଙ୍କୁ ତାଲା ଖୋଲିବା ପାଇଁ କହିଥିଲେ । ବିଜୟ ସେମାନଙ୍କୁ ଚିହ୍ନି ଥିବାରୁ କବାଟ ଖୋଲି ଦେଇଥିଲେ । ବିଜୟ ଓ ହତ୍ୟାକାରୀମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ହତ୍ୟାକାରୀମାନେ ଉତକ୍ଷିପ୍ତ ହୋଇ ଅତି ନିର୍ମମ ଭାବେ ବିଜୟଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ । ଜୀବନ ବଚାଂଇବା ପାଇଁ ବିଜୟ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଘରେ ଭିତରେ ଦୌଡ଼ୁଥିବା ଜଣା ପଡ଼ିଛି । ଏହାପରେ ଦୁର୍ବୃତମାନେ ବିଜୟଙ୍କ ଛାତି ଓ ବେକରେ ହାଣୀଥିବା ଦେଖିବାକୁ ମିଳିଥିଲା । ହତ୍ୟାକାରୀମାନେ ପ୍ରମାଣ ନଷ୍ଟ କରିବା ପାଇଁ ପଛପଟ ବାଡ଼ ଡ଼େଇଁ ପଳାଇ ଯାଇଥିବା ଜଣାପଡ଼ିଛି ।
ଘଟଣାଘଟିବାର ପରଦିନ ସକାଳେ ବିଜୟଙ୍କ ସ୍ତ୍ରୀ କୌଶଲ୍ୟା ଫୋନ ବାରମ୍ବାର କରିବା ସତ୍ୱେ ଫୋନ ଉଠାଯାଇ ନଥିଲା ଫଳରେ କୌଶଲ୍ୟା ଘରକୁ ଫେରିବା ଡ଼େରି ହେବାରୁ ତାଙ୍କର ଛେଳି ଗୁଡ଼ାକୁ ଫିଟାଇବା ପାଇଁ ସେ ପାଖ ପଡ଼ୋଶୀ ସୁମନ୍ତ ସ୍ୱାଇଁଙ୍କ ସ୍ତ୍ରୀ ସୁମତୀଙ୍କୁ ଫୋନ ଯୋଗେ କହିଥିଲେ । ସୁମତୀ ବିଜୟଙ୍କ ଘରକୁ ଯାଇ ଏପରି ବିଭତ୍ସ ଦୃଶ୍ୟ ଦେଖି ସଙ୍ଗେସଙ୍ଗେ ଏବାବଦରେ କୌଶଲ୍ୟାଙ୍କୁ ଫୋନ ଯୋଗେ ଜଣାଇଥିଲେ ।
ଖବରପାଇ ନୀଳଗିରି ଆଇଆଇସି ନଳିତା ମୋଦି ପୁଲିସ ଟିମ ସହ ଘଟଣାସ୍ଥଳରେ ପହଚିଂଥିଲେ । ପରେ ଏସଡିପିଓ ସୁଦାମ ଚରଣ ସାହୁ, ଏସପି ବି. ଯୁଗଳକିଶୋର କୁମାର ପ୍ରମୁଖ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଂଚି ପାରିପାଶ୍ୱର୍କ ସ୍ଥିତ ଯାଚଂ କରିବା ସହ ତଦନ୍ତ କରିଥିଲେ । ବିଜୟଙ୍କ ଶବକୁ ନୀଳଗିରି ମେଡିକାଲରେ ବ୍ୟବଚ୍ଛଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏନେଇ ନୀଳଗିରି ଥାନାରେ ମାମଲା ରୁଜୁ କରାଯାଇଛି ।
ଏହା ଏକ ପ୍ରେମ ଜନିତ ହତ୍ୟା ବୋଲି ସ୍ଥାନୀୟ ଲୋକେ କୁହାକୁହି ହେଉଛନ୍ତି । ପୁଲିସ ମଧ୍ୟ ଏହି ବ୍ୟାପରରେ ଜଣେ ଯୁବତୀ ଓ ଜଣେ ଯୁବକ ଏବଂ ଯୁବକଙ୍କର ତିନିଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି ।