OnaKhabar

କଲେଜରେ ବିଧାୟକଙ୍କୁ ତାଲା

733

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଳେଶ୍ୱର ଅନ୍ତର୍ଗତ ଦୀନକୃଷ୍ଣ ମହାବିଦ୍ୟାଳରେ ଛାତ୍ରମାନେ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ କଲେଜ ପ୍ରୀନ୍ସିପାଲଙ୍କୁ ତାଲା ପକାଇ ଦେଇଥିଲେ । ଦୀର୍ଘ ସମୟ ଧରି ସେମାନେ ତାଲା ପକାଇ ରଖିଥିଲେ । ସାଂସଦଙ୍କ ପ୍ରତିନିଧିଙ୍କ ଅନୁପସ୍ଥିତିକୁ କେନ୍ଦ୍ର କରି ଏହି ଛାତ୍ର ଅସନ୍ତୋଷ ଦେଖା ଦେଇଥିଲା । ବହୁ ବୁଝାସୁଝା ପରେ ପିଲାମାନେ ବିଧାୟକଙ୍କୁ ଛାଡ଼ିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଦୀନକୃଷ୍ଣ ମହାବିଦ୍ୟାଳର ପରିଚାଳନା କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେବାକୁ ଜଳେଶ୍ୱର ବିଧାୟକ ଶ୍ରୀ ପାତ୍ର ଯାଇଥିଲେ । କିନ୍ତୁ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କର କେହି ପ୍ରତିନିଧିଙ୍କୁ ଡ଼କାଯାଇ ନଥିଲା । ଏହାର ପ୍ରତିବାଦ କରି କିଛି ଛାତ୍ର ପାଟିତୁଣ୍ଡ କରିଥିଲେ । ଗେଟରେ ତାଲା ପକାଇ ଦେଇଥିଲେ । ବିଧାୟକ ଓ କଲେଜ ଅଧ୍ୟକ୍ଷ କେହିବି ବାହାରକୁ ବାହାରି ପାରି ନଥିଲେ । ଫଳରେ ବହାରେ ଛିଡ଼ା ହୋଇ ପିଲାମାନେ ସ୍ଲୋଗାନ ଦେଇଥିଲେ । ପରେ ସେମାନଙ୍କୁ ବୁଝାସୁଝା କରାଯାଇଥିଲା । ସେମାନେ ଶାନ୍ତ ହୋଇଥିଲେ ଓ ବିଧାୟକଙ୍କୁ ଛାଡ଼ିଥିଲେ । ଏହି ଛାତ୍ର ଅଶାନ୍ତି ପାଇଁ ବିଧାୟକଙ୍କୁ ବେଶ କିଛି ସମୟ ପାଇଁ ଅଟକ ରହିବାକୁ ପଡ଼ିଥିଲା ।

Comments are closed.