OnaKhabar

ବସ ଧକ୍କାରେ ପଥଚାରୀ ମୃତ, ଉକ୍ତେତ ଲୋକେ କଲେ ରାସ୍ତାରୋକ

254

ମୟୂରଭଞ୍ଜ: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟଥିବାର ସୂଚନା ମିଳିଛି | ଜଣେ ପଥଚାରୀଙ୍କୁ ବସ ଧକ୍କା ଦେଇଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ବାରିପଦାର ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥରେ ଘଟିଛି | ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।
ସୂଚନାନୁଯାୟୀ, ଘରୋଇ ବସଟି ଭୁବନେଶ୍ୱରରୁ ବାରିପଦା ଯାଉଥିଲା । ପଥଚାରୀଜଣଙ୍କ ଘରକୁ ଫେରୁଥିବା ବେଳେ ବସଟି ତାଙ୍କ ଉପରେ ଚଢାଇଦେଇଥିଲା | ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା | ସ୍ଥାନୀୟ ଲୋକ ଉତ୍ତେଜନା ସୃଷ୍ଟି ହୋଇଛି । ଏହା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବୀରେ ଉତ୍ୟକ୍ତ ଲୋକେ ୧୮ନମ୍ବର ଜାତୀୟ ରାଜପଥ ଅବରୋଧ କରି ଅଡ଼ି ବସିଛନ୍ତି । ଫଳରେ ଉଭୟ ପଟୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେଠାରେ ଏକ ପ୍ରକାଶ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତଙ୍କୁ ବୁଝାସୁଝା କରିବା ସହ ତନାଘନା କରୁଛି ।

ପୁଲିସକୁ ଚକମା ଦେଇ ଫେରାର ହେଲା କଏଦୀ, ୫ ପୋଲିସ କର୍ମଚାରୀ ନିଲମ୍ବିତ