OnaKhabar

ଗ୍ରାହକଙ୍କୁ ଝଟକା, ପୁଣି ବଢିଲା ସୁନା ଓ ରୂପା ଦର

758

ଭୁବନେଶ୍ୱର:ପୁଣି ବଢିଲା ସୁନା ଦର । ଗ୍ରାହକଙ୍କ ଅସନ୍ତୁଷ୍ଟ ବୃଦ୍ଧି | ଗଲା କିଛି ଦିନ ହେବ ଲଗାତାର ଭାବେ ସୁନା ରୂପା ଦରରେ ବୃଦ୍ଧି ଘଟୁଛି । ପୁଣି ବଜାରରେ ସୁନାର ମୂଲ୍ୟ ବୃଦ୍ଧି ବ୍ୟବସାୟୀ ତଥା ସୁନା କେତ୍ରାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସୁନା ଦର ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଜି ବଜାରରେ ୧୦ଗ୍ରାମ ସୁନା ମୂଲ୍ୟରେ ୯୦ଟଙ୍କା ବୃଦ୍ଧି ପାଇଛି । ସୁନା ୧୦ଗ୍ରାମ ପିଛା ୯୦ଟଙ୍କା ବୃଦ୍ଧି ପାଇ ୩୮,୪୨୦ ରେ ପହଂଚିଛି । ସେହିପରି ରୂପା ମୂଲ୍ୟରେ ଦର ବୃଦ୍ଧି ପାଇଛି । ରୂପା ମୂଲ୍ୟରେ ୧୪୦ଟଙ୍କା ବୃଦ୍ଧି ପାଇ କିଲୋ ପିଛା ୪୪,୧୫୦ ଟଙ୍କାରେ ପହଂଚିଛି । ସାରା ଦୁନିଆରେ ବର୍ତ୍ତମାନ ସୁନା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମେରିକାରେ ଫେଡ଼େରାଲ ଓପନ ମାର୍କେଟ କମିଟି ବୈଠକ ପରେ ସୁନା ଦର ଉପରେ ନିଷ୍ପତି ନିଆଯିବ । ଦିଲ୍ଲୀର ସର୍ରାଫା ବଜାରରେ ଆସନ୍ତା କିଛିି ଦିନରେ ସୁନା ଦର ୧୦ଗ୍ରାମ ପ୍ରତି ୪୧,୦୦୦ ଟଙ୍କା ପାର ହେବା ଆଶଙ୍କା କରାଯାଉଛି । ସୁନା କ୍ରେତାଙ୍କ ମଧ୍ୟରେ ସୁନାର ଚାହିଦା ବଢିବା ଫଳରେ ଆଜି ସୁନା ଦର ବୃଦ୍ଧି ଘଟିଥିବା କୁହାଯାଉଛି ।

ପୁଲିସକୁ ଚକମା ଦେଇ ଫେରାର ହେଲା କଏଦୀ, ୫ ପୋଲିସ କର୍ମଚାରୀ ନିଲମ୍ବିତ