OnaKhabar

କପ୍ତିପଦାରେ ଖୁବଧୁମଧାମରେ ପାଳନ ହେଲା ବିଶ୍ୱ ଆଦିବାସୀ ଦିବସ

119

କପ୍ତିପଦା: ବିଶ୍ୱ ଆଦିବାସୀ ଦିବସକୁ ଖୁବ ଧୁମଧାମରେ ପାଳିଛନ୍ତି ଦକ୍ଷିଣ ଆଦିବାସୀ ପାଳିଛନ୍ତି । ଇତି ମଧ୍ୟରେ କପ୍ତିପଦା ବ୍ଲକ ଶରତ ଅଂଚଳରେ ମଧ୍ୟ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି । ବିର୍ସାମୁଣ୍ଡା ଗୋଲେଇ ଛକରୁ କଲେଜ ଛକ ପର୍ଯ୍ୟନ୍ତ ଏକ ସଚେତନତା ରାଲି ହୋଇଥିଲା । ଏଥିରେ ଅଂଚଳର ବହୁ ଆଦିବାସୀ ଲୋକ ଯୋଗ ଦେଇଥିଲେ । ତାପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବିର୍ସାମୁଣ୍ଡା, ଲାକୋବଦ୍ରା, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମବାସୀ ଆଦିବାସୀ ପରମ୍ପରା ଓ ଭାଇଚାରାର ସମ୍ପର୍କ ବଜାୟ ରଖିବାକୁ ଅଂଚଳର ବୁଦ୍ଧିଜିବୀ ଓ ବକ୍ତାମାନେ ଉପଦେଶ ଦେଇଥିଲେ ।

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର