OnaKhabar

ଚିତ୍ରକୋଣ୍ଡା: ପୁଣି ଦେଖାଦେଲା ଜନନୀ ଯନ୍ତ୍ରଣା, ଡଙ୍ଗାରେ ଗଲେ ମେଡିକାଲ

566

ଚିତ୍ରକୋଣ୍ଡା: ରାଜ୍ୟରେ ପୁଣି ଜନନୀ ଯନ୍ତ୍ରଣାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଦେଶୀ ମୋଟର ଡ଼ଙ୍ଗାରେ ହସ୍‌ପିଟାଲ ଗଲେ ଜଣେ ଗର୍ଭବତୀ । ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଂଚାୟତ ଜନ୍ତୁରାଇ ଗାଁରେ ଜଣେ ଗର୍ଭବତୀ ମହିଳାକୁ ଶୁକ୍ରବାର ସନ୍ଧ୍ୟାରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପ୍ରଥମେ ଯୋଡ଼ାମ୍ବ ହସ୍ପିଟାଲକୁ ନେଇ ଗର୍ଭବତୀଙ୍କୁ ନେଇଥିଲେ । କିନ୍ତୁ ସେହି ହସ୍ପିଟାଲରେ କର୍ମଚାରୀ ନଥିବାରୁ ବାଧ୍ୟ ହୋଇ ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇଥିଲେ । ଏକ ଦେଶୀ ମୋଟର ଡ଼ଙ୍ଗା ମାଧ୍ୟମରେ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ଭାବରେ ଗର୍ଭବତୀ ମହିଳା, ତାଙ୍କ ସ୍ୱାମୀ ମହେନ୍ଦ୍ର ପୁନା, ଆଶା ଦିଦି ହସ୍‌ପିଟାଲ ଯାଇଥିଲେ ।

ଏବେବି ରହିଛି ହିଡିମ୍ବା ବଂଶ, ପଢନ୍ତୁ ଏହି ଖବରରୁ…