OnaKhabar

ଧାରା୩୭୦ ପ୍ରତ୍ୟାହାର: ଏକଘରିକିଆ ହେଲା ପାକିସ୍ତାନ

782

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏବେ ଆନ୍ତର୍ଜାତିକ ସ୍ତରରେ ପୁରା ଏକଘରକିଆ ହୋଇପଡ଼ିଛି । ତା’ର କଥା କେହି ଶୁଣୁନାହାନ୍ତି କି ତା’କୁ କେହି ସମର୍ଥନ କରୁନାହାନ୍ତି । ଗତ ୭୦ବର୍ଷ ଧରି କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ସ୍ତରରେ ଉଠାଇବାକୁ ସିଏ ପ୍ରୟାସ କରିଆସୁଛି । ନିକଟରେ ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ଏହାକୁ ବି ଆନ୍ତର୍ଜାତିକ ସ୍ତରରେ ଉଠାଇବ ବୋଲି ସିଏ ଘୋଷଣା କରିଥିଲା । ପାକ ଧମକ ଦେଇଥିବା କି ସିଏ ଏହାକୁ ଜାତିସଂଘ ସୁରକ୍ଷା ପରିଷଦରେ ଉଠାଇବା ଏବଂ ଏହି ପ୍ରସଙ୍ଗରେ ଅନ୍ୟ ଦେଶମାନଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରିବ । କିନ୍ତୁ ଏବେ କେହି ବି ପାକିସ୍ତାନକୁ ଗୁରୁତ୍ୱ ଦେଉନାହାନ୍ତି ।
ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛି ଇସଲାମିକ ଦେଶର ମୁଖ୍ୟମାନଙ୍କ ସହିତ ଫୋନ ଯୋଗେ ଆଲୋଚନା ବି କରିଛନ୍ତି । ମାତ୍ର ଏହା ସତ୍ୱେ ବି ସମସ୍ତଙ୍କ ମୁହଁ ବନ୍ଦ । ପାକିସ୍ତାର ଘନିଷ୍ଠ ବୋଲି ମନେ କରାଯାଉଥିବା ୟୁଏଇ ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି । ମାଲେସିୟାର ଅଧିକ ଇସଲାମିକ ଦେଶ ଥିଲେ ବି କେହି ତା’କୁ ସମର୍ଥନ କରୁନାହାନ୍ତି । କୌଣସି ପାଶ୍ଚାତ୍ୟ ଦେଶ ବି ଏହି ପ୍ରସଙ୍ଗରେ କିଛି ବୟାନ ଦେଉନାହାନ୍ତି । ଆମେରିକା କହୁଛି କି ଏହା ଭାରତ ଆଭ୍ୟନ୍ତରୀଣ ବ୍ୟାପର । ତେଣୁ ପାକିସ୍ତାନ ଅସହାୟ ହୋଇପଡ଼ିଛି । ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ବି ଏହା ଉପରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି । ତେଣୁ ଏହି ଘଟଣାରାରେ ଭାରତର ଏକପ୍ରକାର ଜିତ ହୋଇଛି ।
ଏହାକୁ ମଧ୍ୟ ଭାରତୀୟ ବିଦେଶ ନୀତିର କମାଲ ବୋଲି କୁହାଯାଇପାରେ । ମୋଦି କ୍ଷମତାସୀନ ହେବା ପରେ ବିଭିନ୍ନ ଦେଶର ନେତାଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ସମ୍ପର୍କ ନିବିଡ଼ କରିବାକୁ ପ୍ରୟାସ କରିଆସିଛନ୍ତି । ଗତ ୫ବର୍ଷ ଭିତରେ ଏହାର ଝଲକ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଯୋଗୁଁ ସବୁ ଦେଶ ଏବେ ନିରପତା ଅବଲମ୍ବନ କରୁଛନ୍ତି । କେହି ବି ଭାରତ ବିରୋଧରେ ମୁହଁ ଖୋଲି ତା’କୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ ଭାରତର ବିଦେଶ ନୀତିର ଭରସାରେ ହିଁ ଏବେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ଏଭଳି ଦୃଢ଼ ପଦକ୍ଷେପ ନେବା ପାଇଁ ସାହସ ଦେଖାଇଛନ୍ତି ବୋଲି କୁହାଯାଉଛି ।
ସେପଟେ ଚୀନ ଆଜି କହିଛି କି ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା ଜରିଆରେ ସମସ୍ତ ବିବାଦର ସମାଧାନ କରିବା ଉଚିତ । ଉଭୟ ଏହି ଅଚଂଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଉଦ୍ୟମ କରିବା ଦରକାର । କୌଣସି ଦେଶ ଏକତରଫା ଭାବେ ସ୍ଥିତାବସ୍ଥାର ପରିବର୍ତନ କରି ଅନ୍ୟ ସହିତ ଉତେଜନା ବୃଦ୍ଧି କରିବାରୁ ନିବୃତ ହେବା ଉଚିତ । ଭାରତ ଦ୍ୱାରା ଜାମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରାଯିବାକୁ ପରୋକ୍ଷରେ ଇଙ୍ଗିତ କରି ଚୀନ ଏଭଳି ବିବୃତି ଦେଇଛି । ଅନ୍ୟପଟରେ ଏହି ପ୍ରସଙ୍ଗରେ ଚୀନର ସମର୍ଥନ ହାସଲ କରିବାକୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ଏବେ ଚୀନ ଗସ୍ତରେ ଯାଇଛନ୍ତି ।