OnaKhabar

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଓଡ଼ିଆ ସିନେମାକୁ ମିଳିଲାନି ସ୍ଥାନ

723

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ସିନେମା ହଲରେ ଚାଲୁ ଅବା ନଚାଲୁ । ଓଡ଼ିଆ ଚଳଚ୍ଚିତ୍ର ଦର୍ଶକଙ୍କୁ ଆକର୍ଷିିତ କରୁ କି ନକରୁ । ମାତ୍ର ୪ବର୍ଷରେ ୩ଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତିକୁ ଅନ୍ତତଃ କାଏମେ ରଖିଥିଲା । ଦୁର୍ଭାଗ୍ୟ ଯେ ଏଥର ଏହି ଧାରାରେ ବ୍ରେକ ଲାଗିଛି । ପୁରସ୍କାର ପାଇବା ଯେତିକି ବଡ଼କଥା ନୁହେଁ, ଓଡ଼ିଆ ସିନେମାରେ ଏ ସଙ୍କଟ କାଳରେ ଜାତୀୟ ସ୍ତରରେ ନିଜର ଅସ୍ତିତ୍ୱକୁ ବଜାୟ ନ ରଖିପାରିବା ସିନେ ବ୍ୟକ୍ତିତ୍ୱଙ୍କ ନିକଟରେ ଏକ ଆହ୍ୱାନ ଛିଡ଼ା କରିଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭେଟି ଦେଇଥିବା ମନମୋହନ ମହାପାତ୍ର ଦୀର୍ଘ ୧୭ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଫେରି ଭେଟି ଦେଇଥିବା ‘ ଭିଜା ମାଟିର ସ୍ୱର୍ଗ’ ମଧ୍ୟ ଏଥର ଜାତୀୟ ପୁରସ୍କାର ପାଇଁ ପଠା ଯାଇଥିଲା । ଗୁଣାତ୍ମକ ସିନେମା କରିବାର ମାହିର ମନମୋହନ ମହାପାତ୍ରଙ୍କ ଭଳି ପ୍ରତିଭାଙ୍କ ଚଳଚ୍ଚିତ୍ର ହାତେଇ ନପାରବା ଅନେକଙ୍କୁ ନିରାଶ କରିଛି । ସମ୍ଭବତଃ ‘ କୋଇଲି’ ଚଳଚ୍ଚିତ୍ର ବି ଏହି ପୁରସ୍କାର ପାଇଁ ପଠାଯାଇଥିଲା । ଏନେଇ ବର୍ଷୀୟାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର କହିଛନ୍ତି, ଯେଉଁଠି ଅନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତଙ୍କ ଭଳି ସିନେମା ଜାତୀୟ ପୁରସ୍କାରରୁ ବାଦ ପଡ଼ିଛି ସେଠି ମୋ’ର କିଛି ପ୍ରଶ୍ନ ଉଠାଇବାର ନାହିଁ । ହୁଏତ ଏହା ସଂଯୋଗ ହୋଇପାରେ ବୋଲଇ କହିଛନ୍ତି । ଏନେଇ ୨୦୦୩ ବର୍ଷ ପାଇଁ ‘ଅ ଆକାରେ ଆ’ ଚଳଚ୍ଚିତ୍ର ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ସୁବାସ ଦାସ କୁହନ୍ତି, ଆମ ସିନେମା ଯଦି ଦର୍ଶକଙ୍କ ପାଖରେ ପହଚିଂ ପାରୁନାହିଁ ତେବେ ପୁରସ୍କାର ପାଇବା ନପାଇବା ପ୍ରସଙ୍ଗ ଉଠାଇବାରେ କୌଣସି ମାନେ ନାହିଁ । ଗୁଣାତ୍ମକ ସିନେମା ନିର୍ମାଣ କରୁଥିବା ମନମୋହନ ମହାପାତ୍ର ଯଦି ଏ ପୁରସ୍କାର ପାଇ ପାରୁନାହାନ୍ତି ତେବେ ଓଡ଼ିଆ ଚଳଚ୍ଚିତ୍ର ମାନକୁ ନେଇ ପ୍ରଶ୍ନ ଉଠାଇବା ଠିକ ହେବ ନାହିଁ । ଆସାମ, ମଣିପୁର ଭଳି ରାଜ୍ୟରେ ବର୍ଷକୁ ୫ଟା ସମାନ୍ତରାଳ ସିନେମା ନିର୍ମିତ ହେଉଥିବା ବେଳେ ଓଡ଼ିଆରେ ଯଦି ଗୋଟିଏ ଚଳଚିତ୍ର ନିର୍ମାଣ ହେବ ତେବେ ଏଇ ଭଳି ସମସ୍ୟାର ସୃଷ୍ଟି ହେବ । ଆମର ଏିଂ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଅନେକ ଯୋଜନା ଘୋଷଣାରେ ଅଟକିଥିବେଳେ ଅନ୍ୟ ରାଜ୍ୟରେ ଚଳଚ୍ଚିତ୍ର ପାଇଁ ସରକାରୀ ପ୍ରଯୋଜନା ସଂସ୍ଥା ପକ୍ଷରୁ ଯେଉଁ ପ୍ରେତ୍ସାହାନ ମିଳୁଛି ତାହା ବି ଏକ କାର ହୋଇପାରେ ବୋଲି ସେ କହିଛନ୍ତି ।
ଏ ନେଇ ଚଳିତ ବର୍ଷ ଜାତୀୟ ଚଳଚ୍ଚିତ୍ର ପରସ୍କାରରେ ବିଚାରକ ଭାବେ ସାମିଲ ଥିବା ବିଶିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, ଏଥର ୪ଟି ଚଳଚ୍ଚିତ୍ର ବିଚାରକୁ ଆସିଥିଲା । ମାତ୍ର ତାହା ଆଚଂଳିକ ପ୍ୟାନେଲରେ ହିଁଁ କାଟ ଖାଇଥିଲା । ମୁଁ ସେଟ୍ରାଂଲ ପ୍ୟାନେଲରେ ଥିବାରୁ ମୋ ପର୍ଯ୍ୟନ୍ତ ଓଡ଼ିଆ ସିନେମା ଆସିପାରିଲା ନାହିଁ । ଏ ସମ୍ବନ୍ଧରେ ମୁଁ ଆଚଂଳିକ ପ୍ୟାନେଲର ଜୁରିମାନଙ୍କୁ ପଚାରିବାରୁ ସେମାନେ ଭଲ ଚଳଚ୍ଚିତ୍ର ନଥିବା ମୋତେ କହିଥିଲେ ।
ଜଣାଶୁଣା ଚଳଚ୍ଚିତ୍ର ସାମ୍ବାଦିକ ସୂର୍ଯ୍ୟ ଦେଓ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ନପାଇବା ଆମକୁ ବାଧିବା ଠିକ ଅଛି । କିନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ମାନ ଓ ବିଷୟବସ୍ତୁକୁ ନେଇ ଆତ୍ମ ସମୀକ୍ଷା କରିବାର ସମୟ ଉପନୀତ ବୋଲି ବିଚାର କରିବାକୁ ହେବ ।
ସୂଚନାଯୋଗ୍ୟ ୨୦୦୫ରେ ଇତି ସାମନ୍ତଙ୍କ ପ୍ରଯୋଜିତ ଓ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶକ ସିନେମା ‘କଥାନ୍ତର’ ଏବଂ ୨୦୦୬ରେ ଗଦାଧାର ପୁଟିଙ୍କ ନିର୍ଦ୍ଦେଶକ ‘ପୂଜା ପାଇଁ ଫୁଲଟିଏ’ ଜାତୀୟ ପୁରସ୍କାର ଜିତିବା ପରେ ଆଉ ଗୋଟିଏ ଜାତୀୟ ପୁରସ୍କାର ପାଇଁ ଓଡ଼ିଆ ଚଳଚ୍ଚିତ୍ର ରାଇଜକୁ ୮ବର୍ଷ ଲାଗିଯାଇଥିଲା । ଏହାପରେ ସବ୍ୟସାଚୀ ମହାପାତ୍ରଙ୍କ ସିନେମା ‘ ଆଦିମ ବିଚାର’ ଓ ‘ପାହାଡ଼ର ଲୁହ’ ୨୦୧୪-୧୫ ଦୁଇବର୍ଷ ଲଗାତାର ଜାତୀୟ ପୁରସ୍କାର ହାତେଇଥିଲା । ଏହାପରେ ୨୦୧୭ ମସିହା ପାଇଁ ଅଜୟ ରାଉତରାୟଙ୍କ ପ୍ରଯୋଜିତ ଓ ସ୍ୱର୍ଗତ ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ ହେଲୋ ଆରସି’ ଜାତୀୟ ପୁରସ୍କାର ହାତେଇ ପାରିଥିଲେ । ମାତ୍ର ଏଥର ପୁଣି ଏହି ଧାରାରେ ରୋକ ଲାଗିଛି ।