OnaKhabar

ପରକିୟାପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

828

ଧାମନଗର: ରାଜ୍ୟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି | ପରକୀୟା ପ୍ରୀତି ଲାଗି ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା କୁଳାଙ୍ଗର ସ୍ୱାମୀ | ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ତ ଘଟିଛି ଭଦ୍ରକ ଜିଲ୍ଳା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗାଁରେ । ସୂଚନା ଅନୁଯାୟୀ, ଦାସସାହିର ୩୫ ବର୍ଷୀୟ ସଞ୍ଜୟ ଦାସ, ୨୪ ବର୍ଷୀୟ ସ୍ତ୍ରୀ ରଶ୍ମିତାଙ୍କ ଚରିତ୍ରକୁ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିଛି । ପଞ୍ଜାବରେ ସୂତା କଳରେ କାମ କରୁଥିବା ସଞ୍ଜୟ ପ୍ରାୟ ୭ ବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ସୁସୁଆ ଅଞ୍ଚଳର ରବୀନ୍ଦ୍ର ମହାଳିକଙ୍କ ଝିଅ ରଶ୍ମିତାଙ୍କୁ ବିବାହ କରିଥିଲେ । ସଞ୍ଜୟ ଏବ˚ ରଶ୍ମିତାଙ୍କର ଦୁଇଟି ସନ୍ତାନ ଥିବା ବେଳେ ଗତ କିଛି ଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଅଧିକାଂଶ ସମୟ ବାହାରେ ରହୁଥିବା ସଞ୍ଜୟ ଗତ ରଜ ସମୟରେ ଗାଁକୁ ଆସିଥିଲେ । ସ୍ତ୍ରୀ ରଶ୍ମିତାଙ୍କ ଗତିବିଧିକୁ ନେଇ ସଞ୍ଜୟଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗାଁର କୌଣସି ଯୁବକ ସହିତ ରଶ୍ମିତାଙ୍କ ପରକୀୟା ପ୍ରୀତି ଥିବାର ସନ୍ଦେହ ସଞ୍ଜୟ ମନରେ କ୍ରୋଧ ଭରି ଦେଇଥିଲା । ସ୍ତ୍ରୀ ପ୍ରତି ଘୃଣାରେ ଜର୍ଜରିତ ହୋଇ ରହିଥିବା ସଞ୍ଜୟ ଶୁକ୍ରବାର ରାତିରେ ହିତାହିତ ଭୁଲି ଯାଇଥିଲା । ସଞ୍ଜୟ ବିଛଣା ତଳେ ପୂର୍ବରୁ ଲୁଚାଇ ରଖିଥିବା ଏକ ଟାଙ୍ଗିଆରେ ବେକ, ଛାତି ଏବ˚ ମୁଣ୍ତକୁ ହାଣି ଦେଇଥିଲା । ଏଥିରେ ଗୁରୁତର ହୋଇଥିବା ରଶ୍ମିତା ଚିତ୍କାର କରୁଥିବା ବେଳେ ସଞ୍ଜୟ ସେଠାରୁ ଖସି ପଳାଇଥିଲା । ପଡ଼ିଶା ଲୋକେ ଗୁରୁତର ଅବସ୍ଥାରେ ରଶ୍ମିତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା କରିବା ପରେ ଟିକେ ବି ବିଚଳିତ ନଥିବା ସଞ୍ଜୟ ଭୋର ୪ଟା ସମୟରେ ଧୂଷୁରୀ ଥାନାରେ ପହଞ୍ଚି ସ୍ତ୍ରୀକୁ ହତ୍ୟା କରିଥିବା ପ୍ରକାଶ କରି ଆତ୍ମସମର୍ପଣ କରିଥିଲା ।

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ