OnaKhabar

ମାତିଲେ ମାଓବାଦୀ, ଭାଙ୍ଗିଲେ ମଦଭାଟି

କୋରାପୁଟ: ପୁଣି ମାତିଲେ ମାଓବାଦୀ | କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳରେ ଥିବା ଏକ ମଦ ଭାଟିରେ କିଛି ଦୁର୍ବୃତ ଲଙ୍କାକାଣ୍ଡ ଭିଆଇଛନ୍ତି । ସେମାନେ ଦୋକାନରେ ଥିବା ଭ୍ୟାନ ଜାଳିଦେବା ସହ ବାଇକ ମଧ୍ୟ ପୋଡି ଦେଇଛନ୍ତି । ଶୁକ୍ରବାର ବିଳମ୍ବତି ରାତ୍ରରେ ପଟାଙ୍ଗୀ ଅଂଚଳରେ ଥିବା ଏକ ଦେଶୀ ମଦ ଭାଟିରେ କେହି ନିଆଁ ଲଗାଇଦେଇଛି । ଏହାସହ ସେଠାରେ ଥିବା ଏକ ଭ୍ୟାନ ଓ ବାଇକ ମଧ୍ୟ ଜାଳି ଦିଆଯାଇଛି । ସେମାନେ ଭାଟିରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏକ ଜେନେରେଟରକୁ ମଧ୍ୟ ନେଇ ଯାଇଛନ୍ତି । ତେବେ ଏହା ପଛରେ ମାଓ ସଂଗଠନର ହାତ ଥିବା କୁହାଯାଉଛି । କାରଣ ସେଠାରେ ଏକ ମାଓ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଭାଟି ବନ୍ଦ କରିବାକୁ ଧମକ ଦିଆଯାଇଛି । ଆଜି ସକାଳେ ଏହାର ମାଲିକ ଖବର ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପୁଣି ମାତିଲେ ଝାଡଖଣ୍ଡୀ ହାତୀ