OnaKhabar

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

331

କଳାହାଣ୍ଡି: କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଂଚାୟତ ଆଇଲି ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ପରକ୍ଷିତ ରାଉତ ।  ସୂଚନାନୁଯାୟୀ, ବୃଦ୍ଧ ଜଣଙ୍କ ଆଜି ସକାଳୁ ଶୌଚ ପାଇଁ ନିକଟ ନଦୀକୁ ଯାଉଥିବା ସମୟରେ ପାଖ ଜଙ୍ଗଲରୁ ୨ଟି ଭାଲୁ ଆକ୍ରମଣ କରି ତାଙ୍କ ମୁହଁରେ ଗଭୀର କ୍ଷତବିକ୍ଷତ କରି ପକାଇଛନ୍ତି । ଏହି ଆକ୍ରମଣ ସମୟରେ ବୃଦ୍ଧଙ୍କ ଚିକ୍ରାର ଶୁଣି ଗ୍ରାମବାସୀମାନେ ଉଦ୍ଧାର କରି କୋକସରା ଡାକ୍ତରକାନାରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବିଗତ କିଛି ଦିନ ହେବ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଭାଲୁ ଆକ୍ରମଣରେ ଅନେକ ଆହତ ହୋଇଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନଥିବାର ଦେଖିବାକୁ ମିଳୁଛି ।

ଭିସୁଟର ଜଣେ ଅଧ୍ୟାପକ ବହିଷ୍କୃତ, ଦୁଇ ନିଲମ୍ବିତ

Comments are closed.