OnaKhabar

ଭିସୁଟର ଜଣେ ଅଧ୍ୟାପକ ବହିଷ୍କୃତ, ଦୁଇ ନିଲମ୍ବିତ

574

ସମ୍ବଲପୁର(ପ୍ରଫୁଲ୍ଲ ଦାଶ): ବୁର୍ଲା ଭିସୁଟରରେ କୁଳପତିଙ୍କ ବହିଷ୍କାର ଦାବୀରେ ଆନ୍ଦୋଳନ ପଡିଲା ମହଙ୍ଗା । ଏଥିରେ ସାମିଲ ଥିବା ତିନି ଅଧ୍ୟାପକଙ୍କ ବିରୋଧରେ ହୋଇଛି କାର୍ଯାନୁଷ୍ଟାନ । କୁଳାଧିପତି ରାଜ୍ୟପାଳ ପ୍ର୍ରଫେସର ଗଣେଷୀଲାଲ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ।
ଆନ୍ଦୋଳନ କରିଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କପଳାଧିପତିଙ୍କୁ ସୁପାରିଶ କରିଥିଲା । ଏହି ସୁପାରିଶକୁ କୁଳାଧିପତି ସ୍ୱୀକୃତି ଦେଇଛନ୍ତି । ଏଥିରେ ୨ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣେ ଅଧ୍ୟାପକଙ୍କୁ ବହିଷ୍କୃତ କରାଯାଇଛି । ପ୍ରଫେସର ପି.ଆର ଦାଶଙ୍କୁ ବହିଷ୍କାର କରାଯାଇଥିଲା ବେଳେ ରିଡର ପାଣ୍ଡବ ପାତ୍ର ଓ ପ୍ରଫେସର ପିକେ ଦାଶଙ୍କୁ ନିଲମ୍ବିତ କରାଯାଇଛି ।
ଅଧ୍ୟାପକ ଶିବ ପାଣିଗ୍ରାହୀଙ୍କୁ କୁଳପତି ଅଟଳ ଚୌଧୁରୀ ନିଲମ୍ବତ କରିବା ଘଟଣାକୁ ନେଇ ବୁର୍ଲା ଭିସୁଟରେ ଆନ୍ଦୋଳନ ଦେଖାଦେଇଥିଲା । କୁଳପତିଙ୍କୁ ବହିଷ୍କାର କରିବା ଦାବୀ କରି ସଙ୍ଘ ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ଏହି ଘଟଣାରେ ସଂଘର ସଭାପତି ପ୍ରଫେସର ଦାଶ, ଉପସଭାପତି ଶ୍ରୀ ପାତ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।