OnaKhabar

ପ୍ରେମିକାଙ୍କ ସହ ଗୋପନରେ ନିର୍ବନ୍ଧ କରି ସାରିଛନ୍ତି ବରୁଣ?

2,011

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଓ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କ ବିବାହ କେବେ ହେବ ଏସବୁକୁ ନେଇ ଫ୍ୟାନ ମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସୁଥିବା ବେଳେ ଖବର ମିଳୁଛି କି ଦୁହେଁ ୨୦୨୦ରେ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ ଦୁହେଁ ଲୁଚି ଲୁଚି ନିର୍ବନ୍ଧ କରି ନେଇଥିବା ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ଜୋରସୋର ଆଲୋଚନା ଆରମ୍ଭ ହୋଇଛିି ।
ସୂଚନା ଅନୁଯାୟୀ, ଦୁହେଁ ୨୦୧୮ରେ ପରିବାର ଲୋକଙ୍କ ଗହଣରେ ନିର୍ବନ୍ଧ କରି ନେଇଥିଲେ । ତେବେ ଏହି ଖବରରେ କେତେ ସତ୍ୟତା ରହିଛି ତାହା କେବଳ ବରୁଣ ଓ ନତାଶା ହିଁ କହି ପାରିବେ । ପୂର୍ବରୁ ବରୁଣ ବିବାହ ଚର୍ଚ୍ଚାକୁ ନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଏମିତି ନୁହେଁ କି ମୁଁ ବିବାହ କରିବି ନାହିଁ । କିନ୍ତୁ ୨୦୧୯ରେ କରିବି ନାହିଁ । ଏବେ ଫିଲ୍ମ ପରେ ଫିଲ୍ମ ମୋ ପାଖରେ ଅଛି ,ଯାହା ପାଇଁ ମୁଁ ବିବାହକୁ ସମୟ ଦେଇ ପାରିବି ନାହିଁ ବୋଲି ସେ କହିଥିଲେ ।

Comments are closed.