OnaKhabar

ଜିଏସଟି ନାଁରେ ୧୨କୋଟି ୮୪ଲକ୍ଷ ଠକେଇ, ବ୍ୟବସାୟୀ ଗିରଫ

147

ଭୁବନେଶ୍ୱର : ଜିଏସଟି ଠକେଇ ଅଭିଯୋଗରେ ଆଜି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେ ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇ ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବାରୁ ଲୁଧିଆନା ପୁଲିସ ତାଙ୍କୁ ବଲାଙ୍ଗୀରରୁ ଗିରଫ କରିଛି । ରାଜ୍ୟ ଜିଏସଟି କମିଶନ ନିର୍ଦ୍ଦେଶକ୍ରମେ ଆଜି ଲୁଧିଆନା ପୋଲିସ ଚଢାଉ କରି ଜିଏସଟି ଠକେଇ ଅଭିଯୋଗରେ ଜଣେ ଓଡ଼ିଶାର ବ୍ୟବସାୟୀଙ୍କୁ ଗିରଫ କରିଛି । ଜଣେ ବ୍ୟବସାୟୀ ଦୀର୍ଘ ଦିନ ହେବ ଜିଏସଟି ଫାଙ୍କି ଆସୁଥିଲେ । ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀ ତୀର୍ଥଙ୍କର ପଟେଲଙ୍କୁ ଗିରଫ କରାଯାଇଛି । ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇଥିଲେ । ଛତିଶଗଡ଼ରୁ ଲୁହା କିଣି ପଞ୍ଜାବରେ ବିକ୍ରି କରିଥିବା ଦର୍ଶାଇଥିଲେ । କିନ୍ତୁ ସେ ପ୍ରକୃତରେ ମିଥ୍ୟା ରିପୋର୍ଟ ଦର୍ଶାଇ ଟିକସ ଫାଙ୍କି ଥିବାରୁ ଆଜି ଲୁଧିଆନା ପୁଲିସ ତାଙ୍କୁ ବଲାଙ୍ଗୀର ଟିଟଲାଗଡ଼ରୁ ଗିରଫ କରିଛି ।

ଭଡାଘରୁ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର