OnaKhabar

ଥାନାରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ

82

ନୟାଗଡ଼: ନୟାଗଡ଼ ସବ୍ ଜେଲରେ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଥିବାର ସୂଚନା ମିଳିଛି । ଫେରାର କଏଦୀ ଜଣଙ୍କ ହେଲେ ହିମାଂଶୁ ନାୟକ ।
ସୂଚନାନୁଯାୟୀ, ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଥିଲା । ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି । ପୁଲିସ ଜେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଏହାସହ ଘଟଣାର ତଦନ୍ତ କରୁଛି । ଗତ ଶନିବାର ଖଣ୍ଡପଡ଼ା ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ଖସିଯାଇଥିଲା । ତେବେ ରବିବାର ନୟାଗଡ଼ ଜେଲରୁ ଆଉ ଜଣେ ବନ୍ଦୀ ଖସିଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣା ପରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ରହୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।