OnaKhabar

ଟ୍ରକ ଧକ୍କାରେ ପ୍ରାଣ ହରାଇଲେ କାଉଡିଆ

96

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ କଡେଇ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ କାଉଡିଆ ପ୍ରାଣ ହରାଇଛନ୍ତି । ମୃତ କାଉଡିଆ ଜଣଙ୍କ ନରସିଂପୁର ଅଂଚଳର ବୋଲି ଜଣାପଡିଛି ।

ସୂଚନାନୁସାରେ, ନରସିଂପୁରର ସୁଶାନ୍ତ ସାହୁ ନାମକ ଜଣେ କାଉଡିଆ ନଦୀରୁ ପାଣି ନେଇ ଶିବ ମନ୍ଦିରରେ ଢାଳିବାକୁ ଯାଉଥିଲେ । ସେ ବଡଚଣା କଡେଇ ଛକ ଦେଇ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହ ସଂପୃକ୍ତ ଟ୍ରକ ଡ୍ରାଇବରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ପୁଣି କରଞ୍ଜିଆରେ ମାତିଲେ ଝାଡଖଣ୍ଡୀ ହାତୀପଲ