OnaKhabar

ଗୋଷ୍ଠୀ ସଂଘର୍ଷ: ଜଣେ ମୃତ,ଦୁଇ ଗୁରୁତର

107

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ଅଂଚଳରେ ଘଟି ଯାଇଛି ଏହି ଅଘଟଣ | ସାଗର ଓ ପାଞ୍ଚଗୋଛିଆ ଗାଁ ମଧ୍ୟରେ ଆଜି ସକାଳେ ଗୋଷ୍ଠୀ ସଂଘର୍ଷ ହୋଇ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବାର ଜଣା ପଡିଛି ।
ମୃତକ ଜଣକ ହେଲେ ଶ୍ରୀଧର ସାମଲବ ଓ ତାଙ୍କ ବୟସ ୪୪ ବର୍ଷ । ତାଙ୍କ ଘର ସାଗର ଗାଁରେ । ଆହତମାନଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିସ୍ଥ୍ୟା କରାଯାଉଛି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଦ୍ୱୟ ହେଲେ ହରିହର ବେହେରା ଓ ସଦାନନ୍ଦ ପ୍ରଧାନ । ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଚାମୁଣ୍ଡାପଲ୍ଲୀ ବନ୍ଧକୁ ନେଇ ଏହି ଦୁଇ ଗାଁ ମଧ୍ୟରେ ସଂଘର୍ଷ ହୋଇଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଗତ କିଛି ଦିନ ହେବ ଚାମୁଣ୍ଡାପଲ୍ଲୀ ବନ୍ଧକୁ ନେଇ ଏହି ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା ।