OnaKhabar

ପରିବେଶ ଭିତ୍ତିକ ନିରନ୍ତରତା ଏବଂ ସବୁଜ ପଦକ୍ଷେପ ଅଂଶସ୍ୱରୂପ ଇଣ୍ଡିଆନ ଅଏଲ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ

87

ଭୁବନେଶ୍ୱର : ରାଜସ୍ୱ ଆଦାୟ କ୍ଷେତ୍ରରେ ଦେଶର ସର୍ବବୃହତ୍ତ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସିଏଲ୍) ‘ଫର୍ଚ୍ୟୁନ ୫୦୦ ଇଣ୍ଡିଆ’ ତାଲିକାରେ ଶୀର୍ଷ ସ୍ଥାନ ଏବଂ ୨୦୧୯ ନିମନ୍ତେ ‘ଫର୍ଚ୍ୟୁନ ଗ୍ଲୋବାଲ ୫୦୦’ ତାଲିକାରେ ୧୧୭ତମ ସ୍ଥାନ ଅଧିକାର କରିଛି । ପ୍ରାୟ ୩୩,୦୦୦ ରୁ ଊଦ୍ଧ୍ୱର୍ ଶ୍ରମଶକ୍ତି, ବ୍ୟାପକ ଶୋଧନ, ବିତରଣ, ବଜାରୀକରଣ ଭିତ୍ତିଭୂମି ଏବଂ ଉନ୍ନତ ଅନୁସନ୍ଧାନ ଏବଂ ବିକାଶ ସୁବିଧା ସହିତ ଇଣ୍ଡିଆନ ଅଏଲ୍ ଦେଶର ସାମାଜିକ-ଅର୍ଥନୈତିକ ବିକାଶଧାରାକୁ ତ୍ୱରାନ୍ୱିତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପେଟ୍ରୋଲିୟମ ଉତ୍ପାଦର ଶୋଧନ ଏବଂ ବିପଣନରେ ଭାରତର ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରତା ସୁନିଶ୍ଚିତ କରିବା ନିମନ୍ତେ ଏକ ଜନାଦେଶ ସହିତ, ଇଣ୍ଡିଆନ ଅଏଲ୍ ଗତ ଛ’ ଦଶନ୍ଧି ଧରି ୫୦,୦୦୦ ରୁ ଊଦ୍ଧ୍ୱର୍ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ନେଇ ନିଜର ବିସ୍ତାରିତ ନେଟୱର୍କ ମାଧ୍ୟମରେ ଦେଶର କୋଟି କୋଟି ଜନସାଧାରଣଙ୍କୁ ଇନ୍ଧନ ଯୋଗାଇ ଆସୁଛି । ୨୦୧୮-୧୯ ଆର୍ଥିକ ବର୍ଷରେ ୬,୦୫,୯୨୪ କୋଟି ଟଙ୍କା ବ୍ୟବସାୟ ସହିତ ୧୬,୮୯୪ କୋଟି ଟଙ୍କା ପ୍ରତ୍ୟେକ୍ଷ ଲାଭ କରିଥିବା ଦେଶର ସର୍ବବୃହତ୍ତ କର୍ପୋରେଟ ସଂସ୍ଥା ହେଉଛି ଇଣ୍ଡିଆନ ଅଏଲ । ନିକଟରେ ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ହୋଇଥିବା ବ୍ରାଣ୍ଡ ସର୍ଭେ ରେ ଇଣ୍ଡିଆନ ଅଏଲ୍ କର୍ପୋରେସନ ଲିମିଟେଡ଼ ଦେଶର ତୃତୀୟ ସର୍ବବୃହତ୍ତ ବ୍ରାଣ୍ଡ ଭାବେ ସ୍ଥାନ ପାଇଛି । ଓଡ଼ିଶାରେ ଇଣ୍ଡିଆନ ଅଏଲ୍ର ଗୋଟିଏ ରିଫାଇନାରୀ ସହ ଦୁଇଟି ଟର୍ମିନାଲ, ଦୁଇଟି ବଲ୍କ ଡିପୋଟସ୍, ଦୁଇଟି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ, ୭୯୫ ପେଟ୍ରୋଲ ପମ୍ପ, ଦୁଇଟି ସିଏନ୍ଜି ଆଉଟଲେଟ୍ ଏଲ୍ପିଜିର ବୃହତ୍ତମ ପାଇପଲାଇନ ନେଟୱର୍କ ଆଇଓସିଏଲ୍ର ରହିଛି । କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ କ୍ଷେତ୍ରରେ ଇଣ୍ଡିଆନ ଅଏଲ ପକ୍ଷରୁ ଏକ ନିରନ୍ତର ପରିବେଶ, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟଜଳ ସୁବିଧା, ଶିକ୍ଷା, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ଗ୍ରାମ ଉନ୍ନୟନ ଏବଂ ସଂସ୍କୃତି ଅବଧାରଣା ନିମନ୍ତେ ପଦକ୍ଷେପ ନିଆଯାଉଛି । ପାରାଦୀପରେ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଉଜ୍ଜ୍ୱଳା ସାନିଟାରୀ ନାପ୍କିନ୍ / ଭେଣ୍ଡିଂ ମେସିନ ସ୍ଥାପନ କରାଯାଇଛି । ଆଗାମୀ ଦିନରେ ଓଡ଼ିଶାର ପାରାଦୀପଠାରେ ଏଲ୍ପିଜି ଇମ୍ପୋଟ ଟର୍ମିନାଲ, ବ୍ରହ୍ମପୁର ଓ ଢେଙ୍କାନାଳରେ ତୈଳ ବିପଣନ କମ୍ପାନୀ ସହିତ ବଲ୍କ ଅଏଲ ଡିପୋଟ କମ୍ପେ୍ଲକ୍ସ ଟିଓପି ଏବଂ ଖୋର୍ଦ୍ଧାଠାରେ ନୂତନ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ସ୍ଥାପନା ନିମନ୍ତେ ଯୋଜନା କରାଯାଉଛି ।  ଭୁବନେଶ୍ୱର ସ୍ମାର୍ଟ ଡିପୋଟ ଟର୍ମିନାଲ ୧୯୯୭ ମସିହା ମାର୍ଚ୍ଚ ୨୯ରେ ସ୍ଥାପନା କରାଯାଇଥିଲା । ଏହା ୪୧.୩ ଏକର ଜମିରେ ବ୍ୟାପ୍ତ ରହିଛି । ବର୍ତ୍ତମାନ ଭୁବନେଶ୍ୱର ସ୍ମାର୍ଟ ଟର୍ମିନାଲ ରାଜ୍ୟର ୩୦ ଜିଲା ମଧ୍ୟରୁ ୧୩ ଟି ଜିଲାର ପିଓଏଲ୍ର ଆବଶ୍ୟକତାକୁ ପୂରଣ କରୁଛି । ଭୁବନେଶ୍ୱର ସ୍ମାର୍ଟ ଟର୍ମିନାଲକୁ ପାରାଦୀପ ରିଫାଇନାରୀ ରୁ ପାଇପଲାଇନ (ପାରାଦୀପ-ରାୟପୁର-ରାଞ୍ଚି ପାଇପଲାଇନ) ମାଧ୍ୟମରେ ଉତ୍ପାଦକ (ଏମ୍ଏସ୍, ଏସ୍କେଓ ଏବଂ ଏଚ୍ଏସ୍ଡି) ପ୍ରାପ୍ତ ହୋଇଥାଏ । ଏହି ଉତ୍ପାଦ ଟ୍ୟାଙ୍କ ଟ୍ରକ ମାଧ୍ୟମରେ ସଡ଼କପଥରେ ବିତରଣ କରାଯାଇଥାଏ । ଏହି ଟର୍ମିନାଲ ୨୦୧୭ ମାର୍ଚ୍ଚ ୨୯ ତାରିଖରେ “ସ୍ମାର୍ଟ ଟର୍ମିନାଲ” ଭାବେ ନାମିତ କରାଯାଇଛି । ୯୯୯୨ କିଲୋ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ଏହି ସ୍ମାର୍ଟ ଟର୍ମିନାଲ, ଆବଶ୍ୟକତା ଅନୁଯାୟୀ ୯୨୦୦ କିଲୋଲିଟର ଜଳଧାରଣ କରିବା ନିମନ୍ତେ ରିଙ୍ଗ ହାଇଡ୍ରାଣ୍ଟ ନେଟ୍ୱର୍କ ଏଚ୍ପିସିଏଲ୍ ଏଲ୍ପିଜି ପ୍ଲାଣ୍ଟ ସହିତ ସଂଯୋଗ ହୋଇଛି । ସ୍ୱଚାଳିତ ପଦ୍ଧତି, ଅନ୍ଲାଇନ ଡେନ୍ସିଟୋମିଟର, ସୁରକ୍ଷା ଲକିଂ/ଇ ଲକିଂ, ଆଇଏସ୍ଓ ପ୍ରମାଣିତ ଲ୍ୟାବ ମାଧ୍ୟମରେ ଲୋଡ କରାଯାଉଛି । ପ୍ଲାଣ୍ଟ ରକ୍ଷଣାବେକ୍ଷଣ ମଡ୍ୟୁଲ (ଆଇଆଇଓଟି) (ଇଣ୍ଡିଷ୍ଟ୍ରିଆଲ ଇଣ୍ଟରନେଟ ଅଫ୍ ଥିଙ୍ଗସ୍)ର ମଧ୍ୟ ବ୍ୟବସ୍ଥା ରହିଛି । ଏହି ଭୁବନେଶ୍ୱର ସ୍ମାର୍ଟ ଟର୍ମିନାଲର ଉଦ୍ଘାଟନ ସମାରୋହ ଶ୍ରୀ ଶୁଭୋଜିତ ଘୋଷ, ସିଜିଏମ୍, ଓଡ଼ିଶା ରାଜ୍ୟ, ଶ୍ରୀ ରବି କୁମାର, ଜିଏମ୍, ଅପରେସନ, ଶ୍ରୀ ଏନ୍ସି ସେଠୀ, ଜିଏମ୍ ଟର୍ମିନାଲ, ଶ୍ରୀ ଅରୂପ ଦାଶ, ଜିଏମ୍, କର୍ପୋରେଟ କମ୍ୟୁନିକେସନ, କୋଲକାତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସିଜିଏମ୍ ଶ୍ରୀ ଘୋଷ କହିଥିଲେ ଯେ, ଏହି ଟର୍ମିନାଲ ପ୍ରକଳ୍ପ ର ମୂଲ୍ୟ ୧୧୦୦ କୋଟି ଟଙ୍କା ଅଟକଳ କରାଯାଇଛି ଏବଂ ଏହା ପାରାଦୀପ, ବ୍ରହ୍ମପୁର ଏବଂ ଖୋର୍ଦ୍ଧାଠାରେ ନିର୍ମାଣ କାର୍ଯ୍ୟ ଚାଲିଛି ।