OnaKhabar

ଭ୍ରାମ୍ୟମାଣ ଗାଡିରେ ଡାକ୍ତରଙ୍କ ଜୁଆ ଖେଳ

92

ରାୟଗଡା: ଗାଁ ଗାଁ ରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଭ୍ରାମ୍ୟ ମାଣ ଗାଡି ଯୋଗାଇ ଦେଇଛନ୍ତି । ଏହି ଗାଡିରେ ଜଣେ ଡାକ୍ତର, ଫାର୍ମାସିଶ୍ଟ, ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାନ୍ତି । କିନ୍ତୁ କିଛି ଖାମଖିଆଲି ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର କୁରୁଲି ଅଂଚଳରେ । ମେଡିକାଲ ଟିମ ଗାଁରେ ପହଂଚି ସେବା ଯୋଗାଇ ଦେବା ବଦଳରେ ଗାଡି ଭିତରେ ଜୁଆ ଆଡ୍ଡା ଜମାଇଥିବାର ଭିଡିଓ ଏବେ ଧିରେ ଧିରେ ଭଇରାଲ ହେବାରେ ଲାଗିଛି । ଏହା କେବେକାର ଭିଡିଓ ସଠିକ ଭାବେ ଜଣା ପଡି ନଥିବା ବେଳେ ଏତିରୁ ସ୍ପଷ୍ଟ ବାରି ହେଉଛି କେମିତି ଚାଲିଛି ଅପହଂଚ ସ୍ୱାସ୍ଥ୍ୟ ସେବା ।

ବୋମାକୁ ଧକ୍କା ଦେଲା ବସ, ୨୮ ମୃତ, ୧୦ ଗୁରୁତର