OnaKhabar

କମିଲା କିରାସିନ କୋଟା, ଅଢେଇ ବଦଳରେ ପାଇବେ ଦୁଇ ଲିଟର

354

ଭୁବନେଶ୍ୱର: ଅଗଷ୍ଟରୁ ହିତାଧିକାରୀମାନେ ଅଢ଼େଇ ଲିଟର ବଦଳରେ ୨ ଲିଟର କିରାସିନ ପାଇବେ ବୋଲି ଆଜି ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । ୮ ବର୍ଷ ଆଗରୁ କେନ୍ଦ୍ର ଯେତିକି କିରାସିନ ଦେଉଥିଲା, ଏବେ ତାହା ପ୍ରାୟ ଅଧା ହୋଇଗଲାଣି । ବିଧାନସଭାରେ କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଯୋଗାଣ ମନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ, ୨୦୧୧-୧୨ରେ ବାର୍ଷିକ ୪ ଲକ୍ଷ ୯୪୪ କିଲୋଲିଟର ଆଲଟମେଣ୍ଟରୁ ଖସି ତାହା ୨୦୧୯-୨୦ରେ ୨ ଲକ୍ଷ ୯ କିଲୋଲିଟରରେ ପହଞ୍ଚିଛି । ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦ ହଜାର ୭୦୦ କିଲୋଲିଟର କିରାସିନି ଯୋଗାଉଥିଲା କେନ୍ଦ୍ର | ହେଲେ ଏବେ ତାହା ମାସିକ ୧୬ ହଜାର ୩୮୪ କିଲୋଲିଟରକୁ ଖସି ଆସିଛି | ଏଥିଲାଗି ତେଲ କମ ଦିଆଯିବ ବୋଲି ସୂଚନା ମିଳ‌ିଛି |

ସକ୍ରିୟ ହେଲା ଅପରେସନ ମୁସ୍କାନ, ଉଦ୍ଧାର ହେଲେ ୧୫ ଶିଶୁ ଶ୍ରମିକ