OnaKhabar

ଆସନ୍ତାକାଲି ଠାରୁ ଖୋଲିବ ଭିତରକନିକା

78

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ଲାଗି ଖୁସି ଖବର | ଆସନ୍ତାକାଲି ଠାରୁ ଫିଟିବ ଭିତରକନିକା | କେନ୍ଦ୍ରାପଡ଼ା ଜିଲା ଅଧୀନ ଭିତରକନିକା ଅଭୟାରଣ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟନ ଋତୁରେ ଏଠାକୁ ବିଭିନ୍ନ ଆଡ଼ୁ ଲୋକଙ୍କ ସୁଅ ଛୁଟେ । ମୁଖ୍ୟତଃ ଏଠାରେ ଥିବା ବଉଳା କୁମ୍ଭୀର ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ବଉଳା କୁମ୍ଭୀର ପ୍ରଜନନ ପାଇଁ ଗତ ମେ’ ପହିଲାରୁ ଆଜି ଯାଏ ଅଭୟାରଣ୍ୟକୁ ବନ୍ଦ କରାଯାଇଥିଲା । ତେବେ ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଖୋଲାଯାଇଛି ।

ସୂଚନାନୁଯୟୀ, ଚଳିତ ବର୍ଷ ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣ ଲାଗି ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟରେ ବ୍ୟବସ୍ଥା କରାଯାଇଛି । ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ଯ୍ୟଟକ ଅଭୟାରଣ୍ୟରେ ପହଞ୍ଚି ପାରିବେ । ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଓ ଲାଇଫ୍ ଜ୍ୟାକେଟ୍‌ ବାଧ୍ୟତାମୂଳକ କରାଯାଇଛି ।

ସକ୍ରିୟ ହେଲା ଅପରେସନ ମୁସ୍କାନ, ଉଦ୍ଧାର ହେଲେ ୧୫ ଶିଶୁ ଶ୍ରମିକ