OnaKhabar

ଶାନ୍ତିସ୍ତୁପରୁ ଚୋରି

60

ଧଉଳି: ରାଜ୍ୟରେ ଲୁଟର ପରିମାଣ ଦିନକୁ ଦିନ ବଢି ଚାଲିଛି | ଏହି ପରିପ୍ରେକ୍ଷୀରେ ପୁଣି ଏପରି ଏକ ଘଟଣା ଧଉଳି ଶାନ୍ତିସ୍ତୂପରେ ଘଟିଥିବାର ଜଣା ପଡିଛି | ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଚୋରି ହୋଇଯାଇଛି । ଗ୍ରାମ ପଞ୍ଚାୟତ ରାସ୍ତାରୁ, ଅଶୋକ ସ୍ତମ୍ଭ, ହାତୀପାର୍କ ଆଦି ପ୍ରମୁଖ ସ୍ଥାନରୁ ସଙ୍କଟେଶ୍ବର ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଆଲୋକୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଷ୍ଟ୍ରିଟ ଲାଇଟ୍‌ ଲାଗିଥିଲା । ଗତକାଲି ଦୁର୍ବୃତ୍ତମାନେ ୧୮ଟି ବତି ଖୁଣ୍ଟରୁ ଲାଇଟ୍‌ ଖୋଲି ନେଇଛନ୍ତି । ଅନ୍ୟପକ୍ଷରେ ଶାନ୍ତିସ୍ତୂପର ପ୍ରାୟ ୩୦୦ ମିଟର ରାସ୍ତା ଆଜି ଅନ୍ଧାରରେ ରହିବା ଫଳରେ ଅସଂଯତ ଅବସ୍ଥାରେ ଦୁଇଜଣ ଯୁବକ ଯୁବତୀଙ୍କୁ କିଛି ଯୁବକ ଧରି ମାଡ଼ମାରିଥିବା ସୂଚନା ମିଳିଛି । ତୁରନ୍ତ ନୂଆ ଲାଇଟ ସଂଯୋଗ ଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରା ଯାଇଛି ।

ବିଚ୍ ରାସ୍ତାରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା