OnaKhabar

ଉପରୁ ଖସିଲା ବିମାନ,୧୭ ମୃତ

217

ଇସଲାମାବାଦ: ପାକିସ୍ତାନର ରାୱଲପିଣ୍ଡିଠାରେ ଆଜି ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ଏକ ବିମାନ ଏଠାରେ ଥିବା ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବିମାନରେ ୫ ଜଣ ଯବାନ ଓ ୧୨ ଜଣ ସାଧାରଣ ନାଗରିକ ରହିଥିଲେ । ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ଘଟିଛି ।
ଏଥିସହ ବିମାନଟି ଯେହେତୁ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଖସିସ ପଡ଼ିଥିଲା, ତେଣୁ ଏଠାରେ ଥିବା ଅନ୍ୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ବିମାନଟି ଆକଶରେ ଉଡ଼ୁଥିବା ବେଳେ ହଠାତ୍‌ ତଳକୁ ଖସି ପଡ଼ିଥିଲା । ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା । ଯେଉଁ ବିଲଡିଂ ଉପରେ ବିମାନଟି ପଡ଼ିଥିଲା, ତା’ହା ନିଆଁରେ ସଂପୂର୍ଣ୍ଣ ରୂପେ ପାଉଁଶ ହୋଇଯାଇଛି । ପାକ୍‌ ସେନା ପକ୍ଷରୁ କୁହାଯାଇଛି ଯେ ସେନାର ଏକ ଛୋଟ ବିମାନ ସ୍ୱାଭାବିକ ଭାବେ ଉଡ଼ିବା ଆରମ୍ଭ କରିଥିଲା । ହେଲେ କିଛି ସମୟ ପରେ ରାୱଲପିଣ୍ଡି ସହରର ମୋରାକାଲୁ ଗାଁ ଉପରେ ଏହା ଅଚାନକ ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା । ବିମାନଟି ଖସିବା ପରେ ତତ୍‌କ୍ଷଣାତ ସମଗ୍ର ଅଞ୍ଚଳରେ ନିଆଁ ବ୍ୟାପି ଯାଇଥିଲା । ଏଥିଯୋଗୁ ବହୁ କ୍ଷୟକ୍ଷତି ହୋଇଛି । କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ଏନେଇ ପାକିସ୍ତାନ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି |

Comments are closed.