OnaKhabar

ବିୟର ଗ୍ରିଲ୍ସଙ୍କ ସହ ଜଙ୍ଗଲରେ ରହିଲେ ମୋଦି

46

ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଆଜି ଚର୍ଚ୍ଚାକୁ ଆସିଛନ୍ତି | ନିଜ ନିଆରା ଢଙ୍ଗରେ ସେ ସବୁବେଳେ ସମସ୍ତଙ୍କ ମନ ଜିତୁ ଥିବା ବେଳେ ଏଥର ସେ କିଛି ନୂଆ କରିଥିବାର ଜଣାପଡିଛନ୍ତି | ଏଥର ମୋଦି ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଅନୁସନ୍ଧାନରେ ବିତାଇଥିବା ସମୟକୁ ଏବେ ସମସ୍ତେ ଦେଖି ପାରିବେ ।
ପ୍ରସିଦ୍ଧ ଡିସକଭରୀ ଚ୍ୟାନେଲ୍‌ରେ ଏହା ପ୍ରସାରଣ କରାଯିବ । ଆସନ୍ତା ଅଗଷ୍ଟ ୧୨ ତାରିଖ ରାତି ୯ଟାରେ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ଦର୍ଶକମାନେ ତାଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖି ପାରିବେ । ବିଶ୍ୱ ବ୍ୟାଘ୍ର ଦିବସ ଅବସରରରେ କାର୍ଯ୍ୟକ୍ରମର ପରିଚାଳକ ବିୟର ଗ୍ରିଲ୍ସ ଟ୍ୱିଟ୍‌ କରି ଜଣାଇଛନ୍ତି । ଏହା ସହିତ ଶୋର ପ୍ରମୋ ଭିଡ଼ିଓ ମଧ୍ୟରେ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ବନ୍ୟ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ କରିଥିବା ବିଭିନ୍ନ ଯୋଜନାର ଶୁଟିଂ କରାଯାଇଛି । ଏହି ଶୋରେ ପ୍ରଧାନମନ୍ତ୍ରୀ ଓ ହୋଷ୍ଟ ଗ୍ରିଲ୍ସଙ୍କ ସହିତ ପ୍ରାକୃତିକ ବିବିଧତା ଓ ପ୍ରକୃତି ସଂରକ୍ଷଣର ଉପାୟ ଉପରେ ସବିଶେଷ ଆଲୋଚନା କରିଛନ୍ତି । ଗ୍ରିଲ୍ସ କହିଛନ୍ତି ‘୧୮୦ଟି ଦେଶର ଲୋକମାନେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିନ୍ନ ରୂପ ସହିତ ପରିଚିତ ହେବେ । ସିଏ ଭାରତରେ ବନ୍ୟ ଜୀବ ସଂରକ୍ଷଣ ପାଇଁ ସଚେତନତା ଅଭିଯାନ ଓ ଭୌଗୋଳିକ ପରିବର୍ତ୍ତନ ପ୍ରତି ସଚେତନା ପାଇଁ କାମ କରୁଛନ୍ତି’ । ଡିସ୍‌କଭରୀ ଚ୍ୟାନେଲ୍‌ରେ ଅଗଷ୍ଟ ୧୨ ତାରିଖରେ ରାତି ୯ଟାରେ ଏହା ପ୍ରସାରିତ ହେବ ବୋଲି ଜଣାପଡିଛନ୍ତି ।