OnaKhabar

ଜମାଟୋରୁ ଖାଇବା ଅର୍ଡର କରି ୮୦ ହଜାର ଟଙ୍କା ହରାଇଲେ ଛାତ୍ରୀ

2,214

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ମାତିଲେ ସାଇବର ଲୁଟେରା | ଜମାଟୋରେ ଖାଇବା ଅର୍ଡର କରି ଜଣେ ଛାତ୍ରୀ ୮୦ ହଜାର ଟଙ୍କା ଠକେଇ ଥିବା ଜଣା ପଡିଛି | ଏପରି ଅଭାବନୀୟ ଘଟଣା ହରିୟାଣାର ରୋହତକ ଅଂଚଳରେ ଘଟିଛି | ଏମଡି ବିଶ୍ୱବିଦ୍ୟାଳୟର ଏମଏ ଅଧ୍ୟୟନରତ ଜଣେ ଛାତ୍ର ଖାଦ୍ୟ ଅର୍ଡର କରି ଏବେ ପସ୍ତାଉଛନ୍ତି । କାରଣ ସାଇବର ଲୁଟେରା ତାଙ୍କ ଖାତାରୁ କିଛି ମିନଟ ମଦ୍ୟରେ ୮୦ ହଜାର ଉଡେଇ ନେଇଛନ୍ତି । ଏବେ ଛାତ୍ର ଜଣକ ନିଜର ଟଙ୍କା ଫେରସ୍ତ ପାଇବା ପାଇଁ ଜୋମାଟୋ ଅଫିସ ଓ ପୁଲିସ ଥାନାର ଚକ୍କର କାଟୁଛନ୍ତି ।
ସୂଚନାନୁଯାୟୀ, ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ସାକ୍ଷୀ ଅନଲାଇନ ଠକେଇର ଶୀକାର ହୋଇଛନ୍ତି । ତେବେ ତାଙ୍କ ସହ ଏବଳି ବଡ ଧରଣର ହରିଲୁଟ ହେବା ପରେ ସେ ଏବେ ନିଜର ଭାଗ୍ୟକୁ ନିନ୍ଦୁଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ଜୋମାଟୋରେ ଅନଲାଇନ ଖାଦ୍ୟ ଅର୍ଡର କରିଥିଲେ । ପାଖାପାଖି ଅଧଘଣ୍ଟା ମଧ୍ୟରେ ଡେଲିଭରି ବୟ ଖାଇବା ଦେଇ ଚାଲି ଯାଇଥିଲା । କିନ୍ତୁ ସାକ୍ଷୀ ପ୍ୟାକେଟ ଖୋଲିବା ପରେ ତାଙ୍କୁ ନିମ୍ନମାନର ଖାଦ୍ୟ ମିଳିଥିଲା । ଏହାପରେ ସେ ତୁରନ୍ତ ଡେଲିଭରି ବୟକୁ ଖାଦ୍ୟ ଫେରେଇ ନେବା ପାଇଁ ଫୋନ କରି କହିଥିଲେ । କିନ୍ତୁ ଡେଲିଭରି ବୟ କଷ୍ଟୋମର କେୟାର ନିକଟକୁ ଫୋନ କରିବା ପାଇଁ କହିଥିଲା ।
ଏହାପରେ ସାକ୍ଷୀ କଷ୍ଟୋମର କେୟାର ନିକଟକୁ ଫୋନ କରି ଖାଇବା ଫେରେଇ ନେଇ ତାଙ୍କ ଟଙ୍କା ଫେରସ୍ତ ଦେବା କଥା କହିଥିଲେ । କିନ୍ତୁ ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ତାଙ୍କର ଏହି କଥା ତାଙ୍କ ଉପରେ ମହଙ୍ଗା ପଡିବ । କାରଣ ଫୋନ କଲରେ କଥା ହେଉଥିବା ବ୍ୟକ୍ତି ତାଙ୍କୁ କଥା ହେବା ବାହାନାରେ ସାକ୍ଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ ବିଷୟରେ ସୂଚନା ପ୍ରାପ୍ତ କରିଥିଲେ । ଏପରିକି ତାଙ୍କର ଏଟିଏମ ସମ୍ବନ୍ଧିତ ସୂଚନା ହାସଲ କରି ନେଇଥିଲେ । ଏହାପରେ ସାକ୍ଷୀଙ୍କ ଆକାଉଣ୍ଟରୁ ସବୁ ଟଙ୍କା ହଡପ କରି ନେଇଥିଲା ।