OnaKhabar

ଦରମା ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଡ୍ରାଇଭର, ଅଳ୍ପକେ ବର୍ତ୍ତିଲେ ଜୀବନ

99

ମାଲକାନଗିରି: ରାଜ୍ୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି | ୮ବର୍ଷର ଦରମା ନ ମିଳିବାରୁ ଜଣେ ବ୍ୟକ୍ତି ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି | ସେ ଏକ ସରକାରୀ ବ୍ଲକ ଅଫିସରେ ଠିକା ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ସହକର୍ମୀ ପହଞ୍ଚି ଉଦ୍ଧାର କରିବାରୁ ଠିକା ଡ୍ରାଇଭର ଅଳ୍ପକେ ବର୍ତ୍ତିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ବକେୟା ଦରମା ଦେବାକୁ ଦାବୀ କରାଯାଇଛି ।
ସୂଚନାନୁସାରେ, ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅଫିସରର ଜଣେ ଠିକା ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଫିସ ପରିସରରେ ଆଜି ଡ୍ରାଇଭରଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । ଠିକ ସେହି ସମୟରେ ସହ କର୍ମଚାରୀ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ନିଜର ତଥା ପରିବାରର ପେଟପୋଷିବା ପାଇଁ କାର୍ଯ୍ୟ କରି ଦରମା ପାଇଥାନ୍ତି । ଦୀର୍ଘ ୮ବର୍ଷ ହେଲା ସେ ଦରମା ପାଇ ନଥିବାରୁସେ ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରଜ କରି ଦୁଇ ଓଳି ଦୁଇ ମୁଠା ଖାଉଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଦରମା ଦେବାକୁ ଦାବୀ କରାଯାଇଛି । ରାଜ୍ୟ ସରକାର ଏଥିପ୍ରତି କଣ ପାଇଁ ଦୃଷ୍ଟି ଦେଉନାହାଁନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।