OnaKhabar

ରାଜଧାନୀରେ ବର୍ଷାର ପ୍ରକୋପ, ଡ୍ରେନରେ ଭାସିଗଲେ ବୃଦ୍ଧା

42

ଭୁବନେଶ୍ୱର: ପୁଣି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ଡ୍ରେନ୍‌ରେ ଭାସି ଚାଲି ଗଲେ ଜଣେ ବୃଦ୍ଧା । ଏପରି ଅଭାବନୀୟ ଘଟଣା ଭୁବନେଶ୍ୱରର ଜୟଦେବ ବିହାରରରେ ଘଟିଛି । ମୃତ ବୃଦ୍ଧା ଜଣକ ହେଲେ ସାଲିଆସାହିର ଆଦିବାସୀ ଗାଁର ୬୦ ବର୍ଷୀୟା ଆକାମ୍ମା ।
ସୂଚନା ଅନୁସାରେ ଗୁରୁବାର ଦିନସାରା ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଜୟଦେବ ବିହାରର ଏକାମ୍ର ଭିଲ୍ଲା ଛକ ଜଳମଗ୍ନ ହୋଇପଡ଼ିଥିଲା । ତେବେ ବୃଦ୍ଧା ଜଣକ କୌଣସି କାରଣରୁ ଡ୍ରେନ୍‌ରେ ପଡ଼ି ଭାସିଯାଇଥିଲେ । ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ପୁଣି ଲଜ୍ଜ୍ୟା: ଚାରି ବର୍ଷୀୟା ଶିଶୁ ସହ ଦୁଇ ନାବାଳକ କଲେ ଗଣଦୁଷ୍କର୍ମ

 

Comments are closed.