OnaKhabar

ଅନ୍ଧବିଶ୍ୱାସ: ପୋଷ୍ଟମୋଟମ ହାଉସରେ ଝଡାଫୁଙ୍କା

67

ଭବାନୀପାଟଣା : ଜହ୍ନରେ ପାଦ ଥାମିବାକୁ ବୈଜ୍ଞାନିକ ମାନେ ଲଗି ପଡିଥିବା ବେଳେ ଆଜି ବି ଲୋକେ ଅନ୍ଧବିଶ୍ୱାସ ଘେରରେ ବଞ୍ଚି ରହୁଥିବାର ଦେଖିବାକୁ ମିଳୁଛି । ଆଜି ବି ଲୋକେ ବିଶ୍ୱାସରେ ଏପରି ଜଘନ୍ୟକାଣ୍ଡ କରି ବସୁଛନ୍ତି ଯାହା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାକୁ ବଞ୍ଚାଇବାକୁ ଗୁଣିଆ ଡକାଇ ପୋଷ୍ଟମୋଟମ ହାଉସରେ ଫୁଙ୍କାଫୁଙ୍କି ଚାଲିଥିବାର ଖବର ପଦାକୁ ଆସିଛି । ଏପିର ଏଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୁଖ୍ୟ ଚିକିତ୍ସାଳୟରେ ଘଟିଛି ।
ବୁଧବାର ରାତିରେ କେସିଙ୍ଗା ଅନ୍ତର୍ଗତ ଡେମିରିଗୁଣ୍ଡା ଗାଁରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ମେଡିକାଲ ଆସିଥିଲେ । ହେଲେ ସେଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ହେଲେ ତାଙ୍କ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରୁନଥିଲେ । ଫଳରେ ପରିବାର ପ କ୍ଷରୁ ଏକ ଗୁଣିଆକୁ ଡାକିଥିଲେ ତାକୁ ନୂଆ ଜୀବନ ଦେବା ଲାଗି ।
ସେପଟେ ମୃତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପ କ୍ଷରୁ ପୋଷ୍ଟମୋଟମ ହାଉସରେ ରଖାଯାଇଥିଲା । ପୋଷ୍ଟମୋଟମ ହାଉସରେ ପାଟିତୁଣ୍ଡ କରି ପରିବାର ଲୋକେ ତାଙ୍କ ଶବକୁ ବାହାର କରି ଗୁଣିଆକୁ ଝାଡିବାକୁ କହିଥିଲେ । ତେବେ ଏପରି ଦୃଶ୍ୟ ସର୍ବମୁଖକୁ ଆସିବା ପରେ ଅନେକ ନିନ୍ଦା କରୁଥିବାର ଦେଖିବାକୁ ମିଳୁଛି ।

Comments are closed.