OnaKhabar

ଖାତା ଦେଖା ବାହାନାରେ ପ୍ରିନ୍ସିପାଲଙ୍କ ଲଜ୍ଜ୍ୟାଜନକ କାଣ୍ଡ, ଅଭିଯୋଗ ଆଣିଲେ ଅଧ୍ୟାପିକା

233

ଉଦଳା: ରାଜ୍ୟରେ ପୁଣି ଏକ ଲଜ୍ଜ୍ୟଜନକ କାଣ୍ଡ ଘଟିଥିବାର ସୂଚନା ମିଳିଛି | କଲେଜର ଜଣେ ପ୍ରିନ୍ସିପାଲ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବାର ଅବିଯୋଗ ହୋଇଛି | ଏପରି ଅଭିଯୋଗ ସମ୍ପୃକ୍ତ କଲେଜର ଅଧ୍ଯାପିକା ହିଁ ଆଣିଥିବା ଜଣାପଡିଛି | ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟରେ ଘଟିଛି | ଏନେଇ ସୋମବାର ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କଲେଜ ପ୍ରିନ୍ସପାଲ ଅଧ୍ୟାପିକାଙ୍କୁ ପରୀକ୍ଷା ଖାତା ଦେଖିବା ପାଇଁ ବାଲେଶ୍ୱର ରିଜିଓନାଲ ଅଫିସ‌କୁ ନେବା ବାହାନାରେ ବାଲେଶ୍ୱରରେ ଥିବା ତାଙ୍କ ନିଜସ୍ୱ ଘରକୁ ନେଇ ସେଠାରେ ଦୁର୍ବ୍ୟବହାର କରିବା ସହିତ ଅସଦାଚରଣ କରିଥିଲେ । ଅଧ୍ୟାପିକା ଜଣକ ସେଠାରୁ ଖସି ଆସିବା ପରେ ପୂରା ଘଟଣା ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ । ଏହି ଘଟଣା ସମ୍ପର୍କରେ ଅଧ୍ୟାପିକା ତାଙ୍କ ସ୍ୱାମୀଙ୍କ ନିକଟରେ କହିଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ପ୍ରିନ୍ସପାଲ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଲଜ୍ଜ୍ୟା: ନାବାଳିକାଙ୍କୁ ଦୁଷ୍କର୍ମ କରି ଫିଙ୍ଗିଲେ ଜଙ୍ଗଲରେ…