OnaKhabar

୨୪ଘଣ୍ଟା ଭିତରେ ୬ ଜିଲ୍ଲାରେ ବର୍ଷା ସହ ଘଡଘଡି, ସର୍ତକ କଲା ପାଣିପାଗ ବିଭାଗ

88

ଭୁବନେଶ୍ୱର: ରାଜ୍ୟକର ମୌସୁମୀ ଛୁଇଁଥିବାରୁ କେତେକ ଜିଲ୍ଲାରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି ତ କେଉଁଠି ବର୍ଷା ହେବାର ନାଁ ଧରୁ ନାହିଁ | ଫଳରେ ମରୁଡି ଉପସ୍ଥିତି ଉପୁଜିଛି | ତେବେ ଆସନ୍ତା ୨୪ଘଣ୍ଟା ଭିତରେ ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ଼ ଓ କନ୍ଧମାଳ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି | ତା’ସହିତ ୨୪ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ମଧ୍ୟ ଜଣାପଡିଛି |
ଆସନ୍ତା ୨୪ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପରିମାଣ ବଢ଼ିବ । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ଠାରୁ ୨୯ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ଅଗଷ୍ଟ ମାସ ଶେଷ ସୁଦ୍ଧା ତାହା ଭରଣା ହୋଇପାରେ ।
ସୂଚନାଯୋଗ୍ୟ, ବର୍ଷା ଅଭାବରୁ ରାଜ୍ୟର ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି । ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ରୁଆ ବେଉଷଣ ତ ଦୂରର କଥା ତଳିଗୁଡ଼ିକ ଶୁଖିବାକୁ ବସିଲାଣି । ଜମି ଫାଟି ଆଁ କଲାଣି । ଏନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।