OnaKhabar

ଜାଣି ରଖନ୍ତୁ ସୋରିଷ ତେଲର ଉପକାରୀ ଗୁଣ ଗୁଡିକ ବିଷୟରେ

2,249

ଭୁବନେଶ୍ବର(ଓଏନ୍ଏ): ବଜାରକୁ ଯେତେ ତେଲ ଆସିଲେ ମଧ୍ୟ ସୋରିଷ ତେଲର ଚାହିଦା ସବୁବେଳେ ଅଧିକ ହିଁ ରହିଥାଏ | ସୋରିଷ ତେଲକୁ ରୋଷେଇ ରେ ବ୍ୟବହାର କରିବା ବ୍ୟତୀତ ଏହା ଅନେକ ଶାରୀରିକ ସମସ୍ୟାକୁ ମଧ୍ୟ ଦୂର କରିଥାଏ | ସୋରିଷ ତେଲ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ଆୟୁର୍ବେଦରେ ସୋରିଷ ତେଲକୁ ଔଷଧ ଶ୍ରେଣୀରେ ରଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ସୋରିଷ ତେଲର ଉପକାରୀ ଗୁଣ ଗୁଡିକ ବିଷୟରେ…….

1. ଦାନ୍ତ ଓ ମାଢିରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଦାନ୍ତ ମଜବୁତ ହୋଇଥାଏ । ଏହା ଦ୍ୱାରା ସୋରିଷ ତେଲ ଥଣ୍ଡା , ମୁଣ୍ଡବିନ୍ଧାରେ ମଧ୍ୟ ଲାଭଦାୟକ ହୋଇଥାଏ ।
2. ଏହି ତେଲ ଏକ ଟନିକ୍ ରୂପେ ମଧ୍ୟ ପ୍ରୟୋଗ କରାଯାଏ। ଏହା ଶରୀରର କାର୍ଯ୍ୟକ୍ଷମତା ଦୂର କରି ଶରୀରର ଦୁର୍ବଳତା ଦୁର କରିଥାଏ ।
3. ସୋରିଷ ତେଲରେ ଓଲିକ ଏସିଡ୍ ଥିବାରୁ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା କେଶର ମୂଳକୁ ପୋଷଣ ଯୋଗାଇଥାଏ ।
4. ଯଦି ଆପଣଙ୍କୁ ଭୋକ ନ ଲାଗୁଛି ତେବେ ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଏହି ତେଲ ପାଚନ , ରକ୍ତବାହୀ ସମ୍ବନ୍ଧୀୟ ସମସ୍ୟା ପାଇଁ ଶକ୍ତିଶାଳୀ ରୂପେ କାର୍ଯ୍ୟ କରିଥାଏ ।
5. ଏହି ତେଲ ମାଲିସ୍ କରିବା ଦ୍ୱାରା ଗଣ୍ଠି ବାତ ବିନ୍ଧା ମଧ୍ୟ କମ୍ ହୋଇଥାଏ ।

Comments are closed.