OnaKhabar

ଶୈବପୀଠରେ କାଉଡିଆଙ୍କ ଭିଡ, ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଜାରି

84

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡ଼ିଆ। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ଭୋର ୩ଟାରୁ ମନ୍ଦିର ଫିଟାଯିବା ପରେ ଦର୍ଶନ ଓ ଜଳଲାଗି ଆରମ୍ଭ ହୋଇଥିଲା। ଝୁଲା ପୋଲଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି ।
ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରୁଛନ୍ତି କାଉଡ଼ିଆ। ଭୋର ୩ଟାରୁ ମନ୍ଦିର ଖୋଲାଯିବା ପରେ ପୂଜାର୍ଚ୍ଚନା ଓ ଜଳଲାଗି ଆରମ୍ଭ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ବ୍ୟାରିକେଡ କରାଯିବା ସହ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।ପୁରୀ ଲୋକନାଥଙ୍କ ପୀଠରେ ପୁଲିସ ଓ ଶ୍ରୀଲୋକନାଥ ଦେବ ଟ୍ରଷ୍ଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ‌ଆଖଣ୍ଡଳମଣି ଧାମରେ ଭୋରରୁ ମନ୍ଦିର ଖୋଲାଯିବା ପରେ କାଉଡ଼ିଆ ମାନେ ମହାଦେବଙ୍କୁ ଜଳଲାଗି କରିଛନ୍ତି ।

୨୪ଘଣ୍ଟା ଭିତରେ 6 ଜିଲ୍ଲାରେ ବର୍ଷା ସହ ଘଡଘଡି, ସର୍ତକ କଲା ପାଣିପାଗ ବିଭାଗ