OnaKhabar

ଚାରି ବର୍ଷ ହେଲା ବ୍ଲାକମେଲ କରି ଭାଉଜକୁ ଦୁଷ୍କର୍ମ କରୁଥିଲା ଦିଅର

814

ବସ୍ତୀ:ଦେଶ ତଥା ରାଜ୍ୟର ବିଭିନ୍ନ ଅଂଚଳରେ ଲଜ୍ଜା ର ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଣି ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି | ଉତ୍ତର ପ୍ରଦେଶ ସ୍ଥିତ ବସ୍ତୀ ଜିଲ୍ଲାର ଲାଲଗଞ୍ଜ ଅଞ୍ଚଳରେ ଜଣେ ମହିଳାଙ୍କୁ ନିଜ ଦିଅର ବ୍ଲାକ୍‌ମେଲ କରି ଚାରି ବର୍ଷ ଧରି ଦୁଷ୍କର୍ମ କରିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା । ପୀଡ଼ିତାଙ୍କ କହିବା ଅନୁଯାୟୀ ତାଙ୍କୁ ଧୋକା ଦେଇ ଦିଅର ତାଙ୍କର ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିଥିଲେ ଓ ପରେ ତା’କୁ ଭାଇରାଲ୍‌ କରିବାର ଧମକ ଦେଇ ତାଙ୍କ ସହ ଗତ ଚାରି ବର୍ଷ ଧରି ଦୁଷ୍କର୍ମ କରି ଆସୁଥିଲେ |

ସୂଚନା ଅନୁଯାୟୀ, ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ୨୦୧୫ରେ ସେ ଘରେ ଏକୁଟିଆ ଥିବା ବେଳେ ଦିଅର ତାଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଆଇଥିଲେ । ଏହାପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହି ସୁଯୋଗର ଫାଇଦା ନେଇ ଦିଅର ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଦିଅର ଏହି ଦୁଷ୍କର୍ମ ଦୃଶ୍ୟର ଭିଡ଼ିଓ ବି ସୁଟିଂ କରିଥିଲେ |
ଚେତା ଫେରିବା ପରେ ମହିଳା ଜଣକ ଦିଅରକୁ ବିରୋଧ କରିଥିଲେ |ହେଲେ ଦିଅର ମହିଳାଙ୍କର ପିଲାମାନଙ୍କୁ ମାରି ଦେବାର ଧମକ ଦେଇ ତାଙ୍କ ମୁହଁ ଚୁପ୍‌ କରାଇଥିଲା ଓ କ୍ରମାଗତ ଭାବେ ଚାରି ବର୍ଷ ଧରି ଦୁଷ୍କର୍ମ କରି ଚାଲିଥିଲା । ପୀଡ଼ିତାଙ୍କ ସ୍ୱାମୀ ବାହାରେ ରହୁଥିବା ବେଳେ ପୀଡ଼ିତା ଦିଅର ଓ ନିଜର ପିଲାମାନଙ୍କ ସହିତ ଗାଆଁରେ ରହନ୍ତି । ଏତାଲା ପାଇବା ପରେ ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି |