OnaKhabar

ବିଜୁଳି ବିଲ୍ ଦେଖି ଉଡିଗଲା ହୋସ୍

311

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଅନ୍ତର୍ଗତ ହାପୁଡ ଅଂଚଳରେ ରହୁଥିବା ଜଣେ ବୃଦ୍ଧଙ୍କ ପାଖକୁ ବିଜୁଳି ବିଭାଗ ଏମିତି ଏକ ବିଲ୍‌ ପଠାଇଛନ୍ତି ଯାହାକୁ ପାଇ ତାଙ୍କ ହୋସ୍‌ ଉଡି ଯାଇଛି । ଆସିଥିବା ରିପୋର୍ଟ ମୁତାବକ, ବିଲ୍‌ର ବକେୟା ରାଶି ୧୨୮ କୋଟିରୁ ଉର୍ଧ୍ୱ ବୋଲି ଜଣାପଡ଼ିଛି । ବିଭାଗ ଘରକୁ ପୁଣିଥରେ ବିଜୁଳି ଦେବା ପାଇଁ ବିଲ୍‌ରେ ଥିବା ଅନିବାର୍ଯ୍ୟ ରାଶି ପୈଠ କରିବାକୁ ଆଦେଶ ଦେଇଛନ୍ତି ।
ନିଜ ପତ୍ନୀଙ୍କ ସହିତ ରହୁଥିବା ଶମିମଙ୍କ କହିବାନୁସାରେ, ମୁଁ ବିଜୁଳି ବିଭାଗକୁ ଏହି ତ୍ରୁଟି ଠିକ୍‌ କରିବା ପାଇଁ କହିଥିଲି। କିନ୍ତୁ ସେ ମୋତେ ୨କିଲୋଓ୍ଵାଟ ଘରୋଇ କନେକ୍‌ସନ୍‌ ପାଇଁ ଦିଆଯାଇଥିବା ୧୨୮ କୋଟି ୪୫ଲକ୍ଷ ୯୫ ହଜାର ୪୪୪ଟଙ୍କାର ଏହି ବିଲ ଜମା କରିବା ପାଇଁ କହିଛନ୍ତି । ଆମେ ଏତେ ଗୁଡ଼ିଏ ଟଙ୍କା କିପରି ପୈଠ କରିବୁ ସେନେଇ କେହି ବି କିଛି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଯେପର୍ଯ୍ୟନ୍ତ ଏହି ବିଲ୍‌ ଜମା କରି ନାହାନ୍ତି ଘରକୁ ବିଜୁଳି ଦିଆଯିବ ନାହିଁ ବୋଲି ରୋକଠୋକ ମନା କରିଛନ୍ତି ବିଜୁଳି ବିଭାଗ । ମୋତେ ଲାଗୁଛି ପୂରା ହାପୁଡର ବିଜୁଳି ବିଲ ମୋ ପାଖକୁ ଚାଲି ଆସିଛି । ଏପଟେ ବିଭାଗର ଇଲେକ୍ଟ୍ରିକଲ ଇଞ୍ଜିନିୟରଙ୍କ କହିବାନୁସାରେ, ଏହା ଯାନ୍ତ୍ରିକ ତ୍ରୁଟି ହେତୁ ହୋଇଯାଇଛି । ଇଞ୍ଜିନିୟର ରାମଶରଣ ପତିଶ୍ରୃତି ଦେଇଛନ୍ତି କି ବିଭାଗ ଏହି ବିଲ ଫେରସ୍ତ ନେଇ ସଂଶୋଧନ ବିଲ୍‌ ପଠାଇବ ।