OnaKhabar

ଜେଲରେ ଅଇୟାସୀ,କଏଦୀଙ୍କ ସହ ସ୍ତ୍ରୀ ଓ ସାଙ୍ଗମାନଙ୍କ ଫଟୋ ଭାଇରାଲ

997

ସୋର: ପୁଣି ଜେଲରେ ଅବହେଳା ହୋଇଥିବାର ଦେଖିବାକୁ ମିଳିଛି | ବିଚାରଧୀନ କଏଦୀ ସହ ପରିବାର ଓ ସାଙ୍ଗସାଥୀ ଉପସ୍ଥିତିର ଫଟୋ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି | ଏପରି ଅଭାବନୀୟ ଘଟଣା ବାଲେଶ୍ୱର ସୋର ମୁଳିସିଂରେ ଥିବା ଉପକାରାଗାରରେ ଘଟିଛି | ବିଚାରାଧିନ କଏଦୀ ବେଣୁମାଧବ ପଣ୍ଡାଙ୍କ ଭିଡିଓ ଭାଇରାଲ ହେବା ପରେ ଏବିେ ଏହି କାଣ୍ଡ ପଦାକୁ ଆସିଛି | ଭିଡିଓରେ ବେଣୁମାଧବ ଫୋନରେ କଥା ହେଉଥିବା ବେଳେ ଜେଲରେ ତାଙ୍କ ପତ୍ନୀ ପାଖରେ ବସି ରହିଛନ୍ତି। ଆଉ ଏହି ସମୟରେ ଜେଲ ପରିସରରେ ପାଖାପାଖି ୫ରୁ ୧୦ ଜଣ ବାହାର ବ୍ୟକ୍ତି ଉପସ୍ଥିତ ଅଛନ୍ତି । ତେବେ ଏହି ସମସ୍ତ ବ୍ୟକ୍ତିଙ୍କ ସହ କଏଦୀ ବେଣୁମାଧବ ପଣ୍ଡାଙ୍କ ପତ୍ନୀଙ୍କୁ ଜେଲ ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଜଣେ କଏଦୀ କିଭଳି ଜେଲ ଭିତରେ ଅଏସ କରୁଛି ଏଥିରେ ଏହି ଭିଡିଓରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି । ଜେଲ ଭିତରକୁ ବେଆଇନ ଭାବେ ପ୍ରବେଶକୁ ନେଇ ଜେଲରଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ ହେଉଛି । ବେଣୁମାଧବ ପତ୍ନୀଙ୍କ ସହ ବସିଥିବା ଖବରକୁ ଜେଲର ସ୍ୱୀକାର କରିଥିବା ବେଳେ ଫୋନ୍‌ରେ ଅନ୍ୟମାନଙ୍କ ସହ ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି ।

୨୪ଘଣ୍ଟା ମଧ୍ୟରେ ୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ସର୍ତକ କଲା ପାଣିପାଗ ବିଭାଗ

 

Comments are closed.