OnaKhabar

ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

207

କଳାହାଣ୍ଡି: କଳାହାଣ୍ଡିରେ ଘଟିଛି ଏକ ମର୍ମନ୍ତୁଦ ଘଟଣା । ବିଚ୍ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କ ଉପରକୁ ଗୁଳି କରି ତାଙ୍କୁ ହତ୍ୟା କରିଥିବାର ଜଣା ପଡିଛି । 

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ଗାଁ ବିଚ୍ ରାସ୍ତାରେ ଗୁଳିମାଡ଼ ହୋଇଛି । ବରପଦର ଗାଁର ଜଣେ ଯୁବକ ପାହାଡ଼ପଦରକୁ କୈାଣସି କାମରେ ଯାଇଥିଲେ | ଏହି ସମୟରେ ଏକ ଶୂନଶାନ୍ ଜାଗାରେ ଛପି ରହି ଦୁଇଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରାଜେନ୍ଦ୍ର ସାହୁ । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ତାହାର କାରଣ ସ୍ୱଷ୍ଟ ହୋଇପାରିନାହିଁ । ଖବର ପାଇ ବିଜେପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ତଦନ୍ତ ଆରମ୍ଭ କରିବା ସହ ଘଟଣା ପଛର ସତ୍ୟତା ଓ ଅଭିଯୁକ୍ତକୁ ଖୋଜିବାକୁ ନିଜର ପ୍ରୟାସ ଜାରି କରିଛି |

Comments are closed.