OnaKhabar

କୋହିଲି କ୍ୟାପଟେନ, ବାଦ ପଡିଲେ ଧୋନୀ

628

ଭୁବନେଶ୍ୱର: ଓ୍ବଷ୍ଟେଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଟେଷ୍ଟ, ଦିନିକିଆ ଓ ଟି ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷଣା ହୋଇଛି । ଦିନିକିଆ ଦଳରେ ଖଲିଲ ଅହମ୍ମଦ, ନବଦୀପ ସାଇନି, ରିଷଭ ପନ୍ତ ସାମିଲ ହୋଇଥିବା ବେଳେ ଦଳକୁ ଫେରିଲେ ଶିଖର ଦଓ୍ବନ, ମନୀଷ ପାଣ୍ଡେ, ଶ୍ରେୟସ ଆୟତ୍ତ ।
ସେହିପରି ଟି ଟ୍ୱେଣ୍ଟି ଦଳରେ ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହଲ, ଦୀପକ ବହର ସାମିଲ ହୋଇଛନ୍ତି । ଏଥିସହ ଟିମରେ ହନୁମା ବିହାରୀ, ରିଦ୍ଧିମାନ ଶାହୀ ସ୍ଥାନ ପାଇଛନ୍ତି ।
ଏଥିସହ ଟେଷ୍ଟ ଦଳରେ ରହିଲେ ବୁମରା କିନ୍ତୁ ଦିନିିକିଆ ଟି ଟ୍ୱେଣ୍ଟିରେ ବିଶ୍ରାମ ନେବେ ବୋଲି ଜଣା ପଡିଛନ୍ତି । ଏଥିସହ ଓ୍ବଷ୍ଟେଣ୍ଡିଜ ଗସ୍ତରୁ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।

ବିଶ୍ୱକପ ଫାଇନାଲ: ପ୍ରଥମ ଥର ଟାଇ, ପ୍ରଥମ ଥର ସୁପର ଓଭର, ଅଧିକ ବାଉଣ୍ଡ୍ରି ମାରିଥିବାରୁ ଚାମ୍ପିଅନ ହେଲା ଲଣ୍ଡନ

Comments are closed.