OnaKhabar

ମହିଳା ଆତଙ୍କୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୮ ମୃତ, ୨୬ ଆହତ

104

ଇସ୍‌ଲାମାବାଦ୍‌: ପୁଣି ମାତିଲେ ଆତଙ୍କବାଦୀ | ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ଘଟାଇଥିବା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଆହତ ହୋଇଛନ୍ତି । ଏପରି ଘଟଣା ଉତ୍ତର ପଶ୍ଚିମ ପାକିସ୍ତାନରେ ଘଟିଛି | ରବିବାର ଡେରା ଇସ୍‌ମାଇଲ ଖାନ୍‌ ନାମକ ସ୍ଥାନରେ ଘଟାଇଥିବା ଏହି ବର୍ବର କାଣ୍ଡ ପାଇଁ ତେହରିକ୍‌-ଇ-ତାଲିବାନ୍‌-ପାକିସ୍ତାନ ନିଜକୁ ଦାୟୀ କରିଛି। ଏହି ଆତଙ୍କୀ ସଂଗଠନ ପାକିସ୍ତାନୀ ତାଲିବାନ ନାମରେ ମଧ୍ୟ ପରିଚିତ। ଆଫଗାନିସ୍ତାନ ସୀମାରେ ସକ୍ରିୟ ଥିବା ତାଲିବାନ୍‌ଠାରୁ ଏହା ପୃଥକ ଭାବେ କାମ କରୁଛି।ତେବେ ଏଭଳି ଆକ୍ରମଣ ଘଟିବାର କିଛି ସମୟ ଆଗରୁ ଏକ ଚେକ୍‌ପୋଷ୍ଟଠାରେ ୨ଜଣ ପୁଲିସ୍‌ଙ୍କୁ ହତ୍ୟା କରାଯାଇଥିଲା। ଜଣେ ପୁଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦୁଇଜଣଙ୍କ ମୃତଦେହ ହସ୍ପିଟାଲକୁ ନିଆଯାଉଥିବା ବେଳେ ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବୁର୍ଖା ପିନ୍ଧି ବିସ୍ଫୋରଣ ଘଟାଇଥିଲା। ଏହି ବିସ୍ଫୋରଣରେ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡ ନଷ୍ଟ ହୋଇଯାଇଛି।

ଏହି ଅଞ୍ଚଳ ବହୁ ଚର୍ଚ୍ଚିତ ଚାଇନା-ପାକିସ୍ତାନ ଇକନମିକ୍‌ କରିଡର ଇଲାକା ମଧ୍ୟରେ ଅବସ୍ଥିତ। ତେବେ ଏଠାରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ପାକିସ୍ତାନ ସେମାନଙ୍କୁ ଦମନ କରିବାକୁ ପ୍ରୟାସ କରୁଛି। ତେବେ ଏହି ବିଦ୍ରୋହୀମାନେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଏହାର ଜବାବ ଦେଇଆସୁଛନ୍ତି ।

Comments are closed.