OnaKhabar

ବୁଦାପେଷ୍ଟ କର୍ମଶାଳାରେ ଯୋଗଦେବାକୁ ଓଡ଼ିଆ ସଫ୍ଟୱେୟାର ଛାତ୍ରୀ ଆଲିଶା ମନୋନୀତ

89

ଭୁବନେଶ୍ୱର: ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ଆସନ୍ତା ଅଗଷ୍ଟ ୮ ତାରିଖରୁ ୧୧ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବା ଏକ ଅନ୍ତର୍ଜାତୀୟ ସଫ୍ଟୱେୟାର ବୃତ୍ତିଭିତ୍ତିକ କର୍ମଶାଳାରେ ଯୋଗଦେବାକୁ ଓଡ଼ିଆ ଛାତ୍ରୀ ଆଲିଶା ମହାନ୍ତି ଆଉଟ୍ରିଚ ସଂସ୍ଥା ଦ୍ୱାରା ମନୋନୀତ ହୋଇଛନ୍ତି । ଏହି କର୍ମଶାଳାର ନାମ ରଖାଯାଇଛି ‘ଫ୍ଲୋକ ଟୁ ଫେଡେରା ୨୦୧୯’ । ଆୟୋଜକ ହେଉଛନ୍ତି ବିଶ୍ୱବିଖ୍ୟାତ ଶିଳ୍ପ ସଂଯୋଗକାରୀ ସଂସ୍ଥା ‘ରେଡହାଟ୍’ ।
ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଠାରେ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି)ର ସୂଚନା ପ୍ରଯୁକ୍ତି ବିଦ୍ୟାର ଚତୁର୍ଥ ବର୍ଷର ବି-ଟେକ ଛାତ୍ରୀ ଆଲିଶା ମହାନ୍ତି ଭାରତର ଅନ୍ୟ ୭ଜଣ ଛାତ୍ରଛାତ୍ରୀଙ୍କ ସହ ବୁଦାପେଷ୍ଟ ଗସ୍ତ କରୁଛନ୍ତି । ବୁଦାପେଷ୍ଟର ଡାନୁବିୟର୍ସ ହୋଟେଲ ଅଫ ହିଲିଆଠାରେ ଏହି କର୍ମଶାଳାର ଆୟୋଜନ କରାଯାଇଛି । ସୁଶ୍ରୀ ଆଲିଶାଙ୍କୁ ସେଠାରେ ଅଗଷ୍ଟ ୮ ତାରିଖରୁ ୧୧ ତାରିଖ ଯାଏଁ ରହିବାକୁ ହେବ । ଏଭଳି ମର୍ଯ୍ୟାଦାଜନକ କର୍ମଶାଳାରେ ଯୋଗଦେବା କ୍ଷେତ୍ରରେ ଆଲିଶା ହେଉଛନ୍ତି ଚଳିତ ବର୍ଷର ଏକମାତ୍ର ଓଡ଼ିଆ ଛାତ୍ରୀ । ଆଲିଶା ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ’ର ସଂପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ଶ୍ରୀମତୀ କଳ୍ପନା ମହାନ୍ତିଙ୍କ ସୁଯୋଗ୍ୟା କନ୍ୟା ଅଟନ୍ତି । ସେ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ରୀ । ତାଙ୍କର ଏହି ସଫଳତା ଲାଗି ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି |

Comments are closed.