OnaKhabar

ପାଟକୁରା ରାୟ କ’ଣ ହେବ: ‘ପରିବର୍ତ୍ତନ’ ନା ‘ମାନ’

280

ସରିଲା ପାଟକୁରା ଭୋଟ । ଏବେ ଫଳାଫଳ ପାଇଁ ଅପେକ୍ଷା ୨୪କୁ । କିନ୍ତୁ ବିଜେପି ଜିଜେଡି ନେତାଙ୍କ ବୟାନବାଜି ସବୁଠାରୁ ରୋଚକ ସ୍ଥିତିରେ ରହିଛି । ବିଶେଷ କରି ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବା ୬ବିଜେପିର ବିଜୟ ମହାପାତ୍ର ଓ ବିଜେଡିର ବିଧାୟକ ଅତନୁ ସବ୍ୟସଚୀ ନାୟକଙ୍କ ବକ୍ତବ୍ୟ । ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି । ବିଜୟଙ୍କ ମତ ପାଟକୁରା ବାସୀ ଚାହୁଁଚନ୍ତ ପରିବର୍ତନ । ଅତନୁ କହିଛନ୍ତୁ ସୀବିତ୍ରୀ ରଖିବେ ଶଙ୍ଖର ମାନ । ହେଲେ ପାଟକୁରା ବାସୀ ‘ପରିବର୍ତ୍ତନ’ ଚାହୁଁଛନ୍ତି କି ‘ମାନ’ ରଖୁଛନ୍ତି ତାହା ଜାଣିବାକୁ ଅପେକ୍ଷା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସତରେ କଣ ବିଜୟ ଫେରିବା ବିଧାନସଭା ? ଆଉ ଗୋଟିଏ କଥା ବି ଉଠୁଛି ବିଜୟଙ୍କୁ ବିଧାନସଭା ପୁରାଇ ନଦେବା ପାଇଁ ନବୀନଙ୍କ ଜିଦ୍ କଣ ବଜାୟ ରହିବ ? ଏସବୁ ଜାଣିବା ପାଇଁ ଅପେକ୍ଷା ଫଳାଫଳକୁ ।
ଆଜି ଭୋଟ ଗ୍ରହଣ ସସମୟରେ ବିଜୟ ଓ ଅତନୁଙ୍କ ବୟାନ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ବିଜୟ କହିଥିଲେ ‘ପାଟକୁରାରରେ ଚାଲିଛି ସମ୍ମାନ ର ଲଢେଇ, ଏଥର ଲୋକେ ଚାହଉଁଛନ୍ତି ପରିବର୍ତନ । ନିର୍ବାଚନ ତାରିଖ ଘୋଷଣା ଆରମ୍ଭରୁ ପାଟକୁରାରେ ଗାଁ ଗଣ୍ଡାରେ ଏହି ବିଷୟ ପରିଲକ୍ଷିତ ହୋଇ ଆସୁଛି । ବିଜେଡିର ମାଳମାଳ ମନ୍ତ୍ରୀ ,ବିଧାୟକ, ସାଂସଦଙ୍କ ପାଟକୁରାରରେ ଡେରା ପକାଇବା ଘଟଣା ଏବଂ ପ୍ରଚୁର ଅର୍ଥ ଖର୍ଚକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏଣୁ ଲୋକେ ଯେଭଳି ଅପେକ୍ଷାରତ ଅଛନ୍ତି ଲାଗୁଛି ବୃହତ ପରିବର୍ତନର ସୂଚନା ଦେଉଛନ୍ତି । ୧୯ ବର୍ଷ ଧରି ପାଟକୁରା ବାସୀଙ୍କୁ ଯେପରି ବିଜେଡି ପ୍ରତାରିତ କରିଛି ତାହାର ଫଳାଫଳ ପଦାକୁ ଆସିବ ବୋଲି ବିଜୟ ମତ ରଖିଛନ୍ତି ।’
ବିଜୟଙ୍କୁ ସମାଲୋଚନା କରି ଅତନୁ କହିଛନ୍ତି ‘କେନ୍ଦ୍ରାପଡା ହେଉଛି ବିଜୁବାବୁଙ୍କ ସ୍ୱାଭିମାନର ମାଟି । ବିଜୟ ହେଉଛନ୍ତି ବିଜୁ ବାବୁଙ୍କ ଆଦର୍ଶର ବିରୋଧୀ । ବାରମ୍ବାର ଦଳ ପରିବର୍ତ୍ତନ କରିଥିବା ବିଜୟଙ୍କୁ ପାଟକୁରା ବାସୀ ନିଶ୍ଚୟ ପ୍ରତ୍ୟାଖ୍ୟାନ କରିବେ । ପାଟକୁରାରେ ସାବିତ୍ରୀ ଜିତିବେ ଓ ପୁଣି ଶଙ୍ଖ ଶୁଭିବ ବୋଲି ଅତନୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।’

Comments are closed.