OnaKhabar

ରାସ୍ତା କଡରେ ବସିବା ହେଲା କାଳ

ତେଲକୋଇ: ଘରେ ଲାଇନ୍ ନଥିବାରୁ ରାସ୍ତା କଡରେ ଆସି ବସିବା ହେଲା କାଳ | କେନ୍ଦୁଝର ଜିଲ୍ଲା କତରାପାଲି ଠାରେ ରାସ୍ତାକଡ଼ରେ ବସିଥିବା ବେଳେ ଜଣେ ଯୁବକଙ୍କ ଉପରେ ମିନି ଟ୍ରକ୍ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନା ଖକନ କୁମାର ସାହୁ ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏ ମର୍ମନ୍ତୁଦ ଘଟଣା ଘଟିଥିଲା । ଗାଁରେ ଲାଇନ୍ ନଥିବାରୁ ଯୁବକ ଜଣଙ୍କ ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଥିବା ଡ୍ରେନ୍‌ ସ୍ଲାବ୍ ଉପରେ ବସିଥିବା ବେଳେ ହଠାତ୍ ଏକ ମିନି ଟ୍ରକ୍ ଆସି ତାଙ୍କ ଉପରେ ଚଢ଼ି ଯାଇଥିଲା । ତେଲକୋଇରୁ କେନ୍ଦୁଝରକୁ ଯାଉଥିବା ମିନି ଟ୍ରକ୍‌ଟି ହଠାତ୍ ରାସ୍ତାର ବାମ ପାର୍ଶ୍ୱରୁ ଡାହାଣ ପାର୍ଶ୍ୱକୁ ଆସି ଖକନଙ୍କ ଉପରେ ଚଢି ଯାଇଥିଲା ଏହାପରେ ତାଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା । ତାଙ୍କୁ ଧକ୍କା ଦେବା ପରେ ମିନି ଟ୍ରକ୍‌ଟି ରାସ୍ତା ତଳକୁ ଖସି ଯାଇଥିଲା । ଏହାପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା |ଖକନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆଜି ସକାଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ରାସ୍ତାରେ ହମ୍ପସ୍‌ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ତେଲକୋଇ-କାଞ୍ଜିପାଣି ରାସ୍ତା ଅବରୋଧ କରିଥିଲେ । ତହସିଲଦାର ଓ ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।