OnaKhabar

ଖଦି ଓ ମହୁ ଚାଷରେ ବ୍ୟାପକ ଦୁର୍ନୀତି: ତଦନ୍ତ ଦାବି କଲା ବିଜେପି, କଂଗ୍ରେସର ହଙ୍ଗାମା

74

ଭୁବନେଶ୍ୱର : ବିଧାନସଭାରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେପି । ଖଦି ଜିନିଷ କିଣାବିକା ଓ ମହୁଚାଷରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି| ଏହି ଅନିୟମିତତାର ତୁରନ୍ତ ତଦନ୍ତ ଦାବି କରିଛି ବିଜେପି । ସେହିପରି କଂଗ୍ରେସ ବିଶ୍ୱ ବିଦ୍ୟାଳୟ ଅଡିଟ୍‌ ରିପୋର୍ଟ ଗୃହରେ ଦାଖଲ କରିବା ଦାବିରେ ହଟ୍ଟଗୋଳ କରିଛି । ଫଳରେ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି ।
ଆଜି ଶୂନ୍ୟକାଳରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଛନ୍ତି ଯେ ଖଦି ବୋର୍ଡକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮୬ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ଫଲ୍ସ ବିଲ୍‌ ଦିଆଯାଇ ଟଙ୍କାକୁ ଆତ୍ମସାତ କରାଯାଇଛି । ସେହିରି ତିନି ବର୍ଷରେ ୧୨ ଶହ ମହୁ ଚାଷୀଙ୍କୁ ତାଲିମ ଦିଆଯାଇଥିବା ତଥ୍ୟ ମଧ୍ୟ ଭୁଲ ଅଟେ । କମ୍‌ ଲୋକଙ୍କୁ ତାଲିମ ଦିଆଯାଇଛି କିନ୍ତୁ ଅଧିକ ସଂଖ୍ୟା ଦର୍ଶାଯାଇଛି । ସେହିପରି ୧୪୮୦ ମହୁ ଚାଷୀଙ୍କୁ ୨୪୦୦ ମହୁ ବାକ୍ସ ଦିଆଯାଇଛି । କୋଟେସନ୍‌ ପାଇଁ ଚାଷୀଙ୍କ ଠାରୁ ହଜାରେ ଟଙ୍କା ନିଆଯିବା କଥା । କିନ୍ତୁ ଚାଷୀଙ୍କଠାରୁ ୩୦ ହଜାର ଟଙ୍କା ନିଆଯାଉଥିବା ଶ୍ରୀ ନାଏକ ସଙ୍ଗୀନ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହି ଅନିୟମିତତାର ସେ ତଦନ୍ତ କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ସବୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ ଉପସ୍ଥାପନ ପାଇଁ ଦାବି କରିଛନ୍ତି । ଏଥିପାଇଁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି ଦଳୀୟ ସଦସ୍ୟମାନେ ଗୃହରେ ହଙ୍ଗାମା କରିଛନ୍ତି । ଫଳରେ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଥମେ ୧୨ଟା ୫୦ ଓ ପରେ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।

Comments are closed.