OnaKhabar

ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ଛାତ୍ର ମୃତ୍ୟୁ,ଆଭିଯୋଗ ଆଣିଲେ ପରିବାର ଲୋକେ

168

ଭବାନୀପାଟଣା: ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ଛାତ୍ରଙ୍କ ଜୀବନ ଯାଇଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ଅନ୍ତର୍ଗତ ଅଧମୁଣ୍ଡା ସରକାରୀ ଆବାସିକ ବିଦ୍ୟାଳୟରେ ଘିଟିଛି | ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଛାତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି | ମୃତ ଛାତ୍ର ଜଣଙ୍କ ହେଲା ପଞ୍ଚମ ଶ୍ରେଣୀର ଛାତ୍ର ଆଶିଷ ମାଝୀ ।
ଅଭିଯୋଗ ଅନୁଯାୟୀ, ବୁଧବାର ଆଶିଷଙ୍କୁ ତାଙ୍କ ଆଇ ଭେଟିବାକୁ ଆସିଥିଲେ । ତେବେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିବା ଦେଖିଥିଲେ । ଏନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଆଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଆଶିଷର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ଗଣମାଧ୍ୟରେ ପ୍ରସାରିତ ହେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ବୀହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

 

Comments are closed.