OnaKhabar

ଆବାସିକ ବିଦ୍ୟାଳୟରେ ଛାତ୍ର ମୃତ,ତଦନ୍ତ ଦାବି କଲେ ପିତାମାତା

38

କଳାହାଣ୍ଡି: କଳାହାଣ୍ଡିରେ ଆବାସିକ ବିଦ୍ୟାଳୟରେ ଘଟିଛି ଏକ ଦୁଃଖଦ ଘଟଣା | ଜଣେ ଅସୁସ୍ଥ ଥିବା ଛାତ୍ରଙ୍କୁ ଆଜି ମେଡ଼ିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରର ମୃତ୍ୟୁ ଘଟିଥିବା ମୃତକଙ୍କ ପିତାମାତା ଅଭିଯୋଗ କରି ତଦନ୍ତ ଦାବୀ କରିଛନ୍ତି ।

ସୂଚନାନୁଯାୟୀ, ଗତକାଲି କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ଆବାସିକ ବିଦ୍ୟାଳୟର ଛାତ୍ରଜଣକ ବିଳମ୍ବିତ ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କୁ ଭବାନୀପାଟଣା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରର ଚିକିତ୍ସା ହୋଇପାରି ନଥିବା କାରଣରୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ଉକ୍ତ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହ ତାଙ୍କ ପିତାମାତା ଛାତ୍ରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ।