OnaKhabar

ହାଇସ୍କୁଲରେ ଫେଲ ହୋଇଥିଲେ ସିଦ୍ଧାର୍ଥ ମାଲହୋତ୍ରା

116

ମୁମ୍ବାଇ:ନିଜର ଆଗାମୀ ଫିଲ୍ମ ‘ଜବରିୟା ଯୋଡ଼ି’ର ପ୍ରମୋସନ୍‌ରେ ଲାଗି ପଡିଛନ୍ତି ସିଦ୍ଧାର୍ଥ । ନିକଟରେ ସେ ତାଙ୍କ ଫିଲ୍ମର ପ୍ରମୋସନ୍ ପାଇଁ ‘ଦ କପିଲ ଶର୍ମା ଶୋ’କୁ ପରିଣିତି ଚୋପ୍ରାଙ୍କ ସହ ଆସିଥିଲେ । ଏହି ଶୋ’ରେ ସିଦ୍ଧାର୍ଥଙ୍କ ଏକ ଗୁମର ଖୋଲିଥିଲେ କପିଲ୍ ଶର୍ମା । ସେ କହିଥିଲେ ଯେ, ଝିଅମାନଙ୍କ ଯୋଗୁ ସିଦ୍ଧାର୍ଥ ନବମ ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ । ସିଦ୍ଧାର୍ଥ ଏହି କଥାରେ ନିଜର ସହମତି ପ୍ରକାଶ କରିଥିଲେ |
ଏ ଘଟଣାକୁ ସ୍ୱୀକାର କରି ସିଦ୍ଧାର୍ଥ କହିଥିଲେ,“ମୁଁ ପ୍ରଥମେ ଯେଉଁ ସ୍କୁଲ୍‌ରେ ପଢୁଥିଲି, ସେଠାରେ କେବଳ ପୁଅମାନେ ପଢ଼ୁଥିଲେ। ତେବେ ହାଇସ୍କୁଲ୍ ବେଳେ ମୁଁ ଅନ୍ୟ ଏକ ସ୍କୁଲ୍‌ରେ ନାଁ ଲେଖାଇଥିଲି । ସେଠାରେ ଉଭୟ ପୁଅ ଓ ଝିଅ ପଢ଼ୁଥିଲେ । ପ୍ରଥମେ ପ୍ରଥମେ ଝିଅମାନଙ୍କୁ ଦେଖି ମୁଁ ଟିକେ ଲକ୍ଷ୍ୟଚ୍ୟୁତ ହୋଇଯାଇଥିଲି । ମୋ ମନ ପଢ଼ାପଢ଼ିରେ ଲାଗି ନଥିଲା । କିନ୍ତୁ ପରେ ସବୁ ଠିକ୍ ହୋଇଯାଇଥିଲା । ଦଶମ ଓ ଏକାଦଶ ଶ୍ରେଣୀରେ ମୁଁ ଭଲ ନମ୍ବର ରଖି ପାସ୍ କରିଥିଲି।”

Comments are closed.