OnaKhabar

ପରିବା ଆଣିବା ସମୟରେ ପ୍ଲାଷ୍ଟିକ ପଲିଥିନର ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ !

111

ଭୁବନେଶ୍ୱର(ଓଏନ୍ଏ): ପରିବେଶ ପ୍ରଦୂଷଣ କାରଣରୁ ଦୁନିଆ ସାରା ପଲିଥିନ ବ୍ୟବହାରକୁ ବନ୍ଦ କରିଥିଲେ ସୁଦ୍ଧା ଲୋକମାନେ ପ୍ଲାଷ୍ଟିକ ପଲିଥିନର ବ୍ୟବହାର କରୁଛନ୍ତି । ଛୋଟ ଦୋକାନ ହେଉ କିମ୍ବା ବଡ଼ ମଲ ସବୁଠାରେ ପଲିଥିନିର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପଲିଥିନି ଦୈନନ୍ଦୀନ ଜୀବନରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ ହୋଇସାରିଛି।
ଏମିତି ବି ପ୍ଲାଷ୍ଟିକ ଆପଣଙ୍କ ଜୀବନକୁ କ୍ଷତି ପହଂଚାଇପାରେ । କିଛି ଜିନିଷ ହେଉ କି ପରିବାର ହେଉ ପଲିଥିନରେ ଆଣିବା ପରେ ଆମେ ତାହାକୁ ବାହାର କରି ଅଲଗା ରଖିବାକୁ ଭୁଲିଯାଇଥାଉ । ଏହା ଆପଣଙ୍କ ଜୀବନରେ ଆଣିଦେବ ବଡ଼ ବିପଦ । ପ୍ଲାଷ୍ଟିକ ପଲିଥିନ ଭିତରେ ବନ୍ଦ ରହି ଜିନିଷ ଖରାପ ହେବାରୁ ଶରୀର ପାଇଁ କ୍ଷତିକାରକ । କାରଣ ଅଧିକ ସମୟ ପଲିଥିନରେ ରହିବା ଫଳରେ ସେଥିରେ ବ୍ୟାକ୍ଟେରିଆ ଜମା ହୋଇଥାଏ । ଯାହା ଆମ ଶରୀର ପାଇଁ ରୋଗ ନେଇ ଆସେ । ଏହା ଛଡ଼ା ଆପଣ ଯଦି ପଲିଥିନରେ କିଛି ଫାଷ୍ଟଫୁଡ଼ ଖାଇବାକୁ ଆଣନ୍ତି ତେବେ ତାହା ଦ୍ୱାରା ମାରାତ୍ମକ ରୋଗ ହୋଇପାରେ । ତେଣୁ ଏହି କେମିକାଲସ ଓ ବ୍ୟାକ୍ଟେରିଆରୁ ଦୂରରେ ରହିବା ପାଇଁ ମାଠିଆ ରଙ୍ଗର ପେପର ବ୍ୟବହାର କରନ୍ତୁ । ଯଥା ସମ୍ଭବ ପଲିଥିନ ବ୍ୟବହାର କମ କରନ୍ତୁ। ଯଦି ପଲିଥିନରେ ସାମଗ୍ରୀ ଆଣୁଛନ୍ତି ତେବେ ଘରେ ପହଞ୍ଚିବା ପରେ ତୁରନ୍ତ ସାମଗ୍ରୀକୁ ବାହାର କରି ଦିଅନ୍ତୁ ।