OnaKhabar

ହତ୍ୟା କରି ପୋତିଲେ, ତିନି ମାସ ପରେ ମିଳିଲା ଯୁବକଙ୍କ ମୃତଦେହ

177

ପଦ୍ମପୁର: ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋତି ଦେଇଥିଲେ ହେଲେ ମୃତ୍ୟୁର ୩ ମାସ ପରେ ମାଟି ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ୍ ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ ଘଟିଛି ।
ସୂଚନାନୁଯାୟୀ, ଗତ ଏପ୍ରିଲ ୧୮ ତାରିଖରେ ଗାଁରେ ଉଦୟ ତାଣ୍ଡି ନାମକ ଜଣେ ବ୍ୟକ୍ତି ମଦ ପିଇ ଅସୁସ୍ଥ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଉଦୟଙ୍କୁ ଯୋଜନା ବଦ୍ଧ ଭାବେ ବିଷାକ୍ତ ମଦ ପିଆଇ ହତ୍ୟା କରାଯାଇ ଥିବା ମୃତକଙ୍କ ସ୍ତ୍ରୀ ଓ ପୁଅ ଅଭିଯୋଗ କରିଥିଲେ । ବୁଧବାର ପୁଲିସ୍ ମୃତଦେହକୁ ମାଟି ତଳୁ କାଢ଼ି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ବ୍ୟବଚ୍ଛେଦ ପରେ ପ୍ରକୃତ ଦୋଷୀ କିଏ ଏବଂ କିପରି ଏହି ହତ୍ୟା କରାଯାଇଛି ତାହା ଜଣାପଡିବ ବୋଲି ସୂଚନା ମିଳିଛି |

 

କଷ୍ଟ ସହି ନପାରି ଆତ୍ମହତ୍ୟା କଲେ ୨୪ ବର୍ଷୀୟା ମହିଳା

 

Comments are closed.